ବଣିକ ସଂଘର ସଭାପତିଙ୍କ ବିୟୋଗରେ ପୃଥକ ଭାବେ ଶ୍ରଦ୍ଧାଞ୍ଜଳି ସଭା


ାା ପ୍ରଭାନୁ୍ୟଜ୍ ।ା ପାରାଦୀପ  : ପାରାଦୀପ ପୋର୍ଟ ବଣିକ ସଂଘର ସଭାପତି ପଦବୀକୁ ନେଇ ଦୁଇ ବ୍ୟବସାୟୀ ଗୋଷ୍ଠୀଙ୍କ ଭିତରେ ମାସାଧିକକାଳ ଧରି ଲାଗି ରହିଥିବା ବିବାଦ ପାରାଦୀପରୁ ଯାଇ ଏବେ କୁଜଙ୍ଗ କୋର୍ଟରେ ପହଞ୍ଚôଥିବା ବେଳେ ଅଗଷ୍ଟ ୧୫ ତାରିଖରେ ବଣିକ ସଂଘ କାର୍ଯ୍ୟାଳୟ ପରିସର ଓ ବଣିକ ସଂଘ କାର୍ଯ୍ୟାଳୟ ପରିସର ବାହାର ପାଶ୍ୱର୍ରେ ପୃଥକ ପୃଥକ ଭାବେ ଦୁଇ ଗୋଷ୍ଠୀ ସ୍ୱାଧୀନତା ଦିବସ ପାଳନ କରିବା ଘଟଣା ସାଧାରଣରେ ବେଶ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା  । ସାଧାରଣରେ ଲାଗି ରହିଥିବା ଏହି ଚର୍ଚ୍ଚା ଥମି ନ ଥିବା ବେଳେ ବଣିକ ସଂଘର ପୂର୍ବତନ ସଭାପତି ପ୍ରହଲ୍ଲାଦ ଦାସଙ୍କ ବିୟୋଗରେ ଆଜି ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ବଣିକ ସଂଘ କାର୍ଯ୍ୟାଳୟ ପରିସର ଭିତରେ ଓ କାର୍ଯ୍ୟାଳୟ ବାହାର ପାଶ୍ୱର୍ରେ ପୃଥକ ପୃଥକ ଭାବେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ନିଆଁରେ ଘିଅ ଢ଼ାଳିବା ଭଳି ପରିସ୍ଥିତି ସୃଷ୍ଟି କରିଛି  ।
ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷତା କରିଥିବା ପାରାଦୀପ ପୋର୍ଟ ବଣିକ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ସ୍ୱର୍ଗତ ପୂର୍ବତନ ସଭାପତିଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ  । ସ୍ୱର୍ଗତ ଦାସ ବଣିକ ସଂଘର ସଭାପତି ଥିବାବେଳେ ବ୍ୟବସାୟୀମାନଙ୍କ ଭିତରେ ଭାଇଚାରା ସୃଷ୍ଟି ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ  । ଅନ୍ୟମାନÿଙ୍କ ମଧ୍ୟରେ ସଂଘର ଉପସଭାପତି ଅନାଦି ଚରଣ ପରିଡା, ସାଧାରଣ ସମ୍ପାଦକ ଦେବବ୍ରତ ସାହୁ, ଅୟସକାନ୍ତ ସାମଲ, ଚନ୍ଦ୍ର ଶେଖର ମହାପାତ୍ର, କାଶୀନାଥ ସାହୁ, ଉମାକାନ୍ତ ସାହୁ, ବାବୁନି ସାହୁ, ଚୈତନ୍ୟ ସାହୁଙ୍କ ସମେତ ବଣିକ ସଂଘର ବହୁ ବ୍ୟବସାୟୀ  ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରଥିଲେ  । ଏହି ଅବସରରେ ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ବଣିକ ସଂଘ ପକ୍ଷରୁ ମା’ ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହିତ ତିଳ ତର୍ପଣ ଓ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ଏବଂ  ମଧ୍ୟାହ୍ନରେ ଦରିଦ୍ର ନାରାୟଣ ସେବାର ଆୟୋଜନ କରାଯାଇଥିଲା  ।
ସେହିଭଳି ବଣିକ ସଂଘ ପରିସର ବାହାରେ ବଣିକ ସଂଘର ଅପରଗୋଷ୍ଠୀ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି କ୍ଷିରୋଦ କୁମାର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଅମିୟ କୁମାର ସାହୁ, କୋଷାଧ୍ୟକ୍ଷ ଶମ୍ଭୁନାଥ ଖୁଣ୍ଟିଆଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ  ବଣିକ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ପ୍ରହଲ୍ଲାଦ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ  । ଏହି ଅବସରରେ ତାଙ୍କ  ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା  । ତେବେ ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ବଣିକ ସଂଘର ମୁଖ୍ୟ ପର୍ବ ଦୁର୍ଗା ପୂଜା ପୂର୍ବରୁ ଦୁଇ ବ୍ୟବସାୟୀ ଗୋଷ୍ଠୀଙ୍କ ଭିତରେ ଲାଗି ରହିଥିବା ଆଇନଗତ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡି ଏକାଠି ହୋଇ ବ୍ୟବସାୟୀମାନେ ଦୁର୍ଗା ପୂଜା କରୁଛନ୍ତି କି ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଓ ପୂର୍ବତନ ସଭାପତିଙ୍କ ବିୟୋଗରେ ଅଗଷ୍ଟ ୨୬ ତାରିଖ ଶ୍ରଦ୍ଧାଞ୍ଜଳି ସଭା ପୃଥକ ପୃଥକ ଭାବେ ପାଳନ କଲାଭଳି ଚଳିତ ବର୍ଷର ଦୁର୍ଗା ପୂଜା ପୃଥକ ପୃଥକ ଭାବେ ବ୍ୟବସାୟୀମାନେ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା  ।