ରାଷ୍ଟ୍ରୀୟ ଲୋକ ଅଦାଲତ: ୬୫୦୯ ଟି ମକଦ୍ଦମା ଫଇସଲା
ଯାଜପୁର ଟାଉନ : ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଲୋକ ଅଦାଲତକୁ ଜିଲା ଓ ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଉଦ୍ଘାଟନ କରିଥିଲେ । ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୬୫୦୯ଗୋଟି ମକଦ୍ଦମା ଫଇସଲା ହୋଇଥିଲା । ସେଥି ମଧ୍ୟରୁ ୭୩୬ ଗୋଟି ଫୌଜଦାରୀ, ୨୩ ଗୋଟି ମଟର ଦୁର୍ଘଟଣା ଜନିତ ମାମଲା, ୧୦୬ ଗୋଟି ଦେୱାନୀ, ୨୧ ଗୋଟି ପାରିବାରିକ କଳହ ମକଦ୍ଦମା, ଏବଂ ୫୪୯୪ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ୪,୧୫,୬୯,୩୫ଟଙ୍କା ଆଦାୟ କରାଯାଇଛି । ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୬୧ ଗୋଟି, ବିଦୁ୍ୟତ ବିଭାଗର ୬୩ ଗୋଟି, ସ୍ଥାୟୀ ଲୋକ ଅଦାଲତର ୨ଗୋଟି ଏବଂ ୩ଗୋଟି ଟେଲିଫୋନ ସମ୍ବନ୍ଧୀୟ ପ୍ରାକ ବିଚାରଧୀନ ମାମଲା ଫଇସଲା କରାଯାଇ ମୋଟ ୩୪,୫୦,୩୨୦ଟଙ୍କା ମଧ୍ୟ ଆଦାୟ କରାଯାଇଛି । ଜିଲା ଆଇନ ସେବା ପ୍ରାଧିକରଣର ସଟିବ ଲିପା ମହାନ୍ତି ପରିଚାଳନା କରିଥିଲେ । ରାଷ୍ଟ୍ରୀୟ ଅଦାଲତରେ ଯାଜପୁର ଜିଲାର ପରିବାର ଅଦାଲତର ବିଚାରପତି ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲା ଜଜ୍ ବିଶେଶ୍ୱର ବିଶ୍ୱପ୍ରକାଶ ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସର୍ବେଶ୍ୱର ଦାସ, ବରିଷ୍ଠ ଦେୱାନୀ ବିଚାରପତି ସତ୍ୟପ୍ରକାଶ ରାୟ ଚୌଧରୀ, ଦେୱାନୀ ବିଚାରପତି ଲୋପାମୁଦ୍ରା ବେହେରା, ଏଡିଜେଏମ୍ ସୁମିତ୍ରା ବିଶ୍ୱାଳ, ଦେୱାନୀ ବିଚାରପତି, ସୁନିତା ବିଶ୍ୱାଳ, ଜେଏମଏଫ୍ସି ଅଂଶୁମାନ ରଥ, ଜେଏମଏଫସି ମିସ୍ ବିଣାପାଣି ତାଣ୍ଡି ଅଂଶ ଗ୍ରହଣ କରି ବିଭିନ୍ନ ମକୋଦ୍ଦମା ଗୁଡ଼ିକ ଫଇସଲା କରିଥିଲେ ।