ଶୀତବସ୍ତ୍ର ଓ ପାଠ୍ୟ ପୁସ୍ତକ ବଣ୍ଟନ
ସୁକିନ୍ଦା : ବାନରା ସେବା ଫାଉଣ୍ଡେସନ ପକ୍ଷରୁ ନାକଦେଇ ଗ୍ରାମର ବୃଦ୍ଧ, ବୃଦ୍ଧାଙ୍କୁ ଶୀତବସ୍ତ୍ର, କମ୍ବଳ ଓ ଅଙ୍ଗନୱାଡ଼ି ପିଲାଙ୍କୁ ପାଠ୍ୟ ଉପକରଣ ଓ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଛି । ଅଞ୍ଚଳର ଅଧିବାସୀଙ୍କ ଆର୍ଥôକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ପ୍ରତିରକ୍ଷା ଓ ଆଗ୍ନିକ ସେବାରେ ଚାକିରୀ କରାଇବା ଲକ୍ଷ୍ୟରେ ସଂଗଠନ ପକ୍ଷରୁ ସୁକିନ୍ଦା ଡିଫେନ୍ସ ଫିଜିକାଲ ଏକାଡେମୀ ନାମରେ ଏକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯେଉଁଠାରେ ସେମାନଙ୍କୁ ଅତି କମ୍ ମୂଲ୍ୟରେ ଖାଇବା ରହିବାର ସୁବିଧା ସହ ଶାରୀରିକ ଓ ଲିଖିତ ପରୀକ୍ଷା ପାଇଁ ତାଲିମ ପ୍ରଦାନ କରାଯାଉଛି । ଗତ ତିନିବର୍ଷ ମଧ୍ୟରେ ସେଠାରେ ରହୁଥିବା ୧୫ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇବାରେ ସଫଳ ହୋଇଥିବା ଜଣାପଡିଛି । ସଂଗଠନର ସଭାପତି ଜଙ୍କ ବାନରା, ସମ୍ପାଦକ ସୀଙ୍ଗରାଏ ବାନରା, ଯୋଗେନ୍ଦ୍ର ବାନରା, ଯାଦବ ହେମ୍ରମ, ବିଜୟ ବାନରା, ଡିବୁରୁ ହେମ୍ରମ, ଅଙ୍ଗନୱାଡ଼ି ଦିଦି ସରସ୍ୱତୀ ଜାରିକା, ସ୍ଥାନୀୟ ସରପଞ୍ଚ ମନମୋହନ ସିଂ ବାନରାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।