ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ଗୁରୁତ୍ୱପୂର୍ଣ
ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ଗୁରୁତ୍ୱପୂର୍ଣ ବୋଲି ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି କହିଛନ୍ତି । ଶନିବାର ଓଡିଶା ଏନସିସି. ର୍ନିେଶାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଓୟୁଏଟି ପ୍ରେକ୍ଷାଳୟରେ ଆୟୋଜିତ ସେମିନାରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ନିଜ ମତ ରଖିଛନ୍ତି । ଏନସିସି ଏକ ସକ୍ରିୟ ଯୁବ ଆନେ୍ଦାଳନ ଭାବରେ ଉଭା ହୋଇଛି, ଯାହା ଶୃଙ୍ଖଳା, ଚରିତ୍ର ଗଠନ ଏବଂ ନିଃସ୍ୱାର୍ଥପର ସେବା ମାଧ୍ୟମରେ ଦାୟିତ୍ୱବାନ ନାଗରିକ ଏବଂ ଦେଶର ଭବିଷ୍ୟତକୁ ଗଠନ କରୁଛି ଓ ଦେଶ ଗଠନରେ “ଏନସିସି ଏକ ଶକ୍ତି ଗୁଣାଙ୍କ” ଶୀର୍ଷକ ବିଷୟ ବସ୍ତୁ ରଖାଯାଇ ସେମିନାର ଆୟୋଜନ କରାଯାଇଥିବାରୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହା ଜାତୀୟ ସୁରକ୍ଷା, ସାମାଜିକ ଏବଂ ସାଂସ୍କୃତିକ ଅବଦାନ, ଯୁବ ବିକାଶ, ଡିଜିଟାଲ ଉପକରଣ ବ୍ୟବହାର ଉପରେ ଅଧିକ ପର୍ଯ୍ୟବେସିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏନସିସି କିପରି ଅଧିକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ଯୋଗଦାନ ଦିଏ ସେ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ ଓ ମହିଳା ସଶକ୍ତିକରଣ, ଜନଜାତି, ଗ୍ରାମୀଣ ଓ ସହରାଞ୍ଚଳର ଯୁବକମାନଙ୍କୁ ସାମିଲ କରି ରାଜ୍ୟର ସମାବଶୀ ବିକାଶ ଲକ୍ଷ ସାଧିତ କରିବା ପାଇଁ ଏନସିସିର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ସେମିନାର ଓଡ଼ିଶାରେ ଏନସିସି. ଆନେ୍ଦାଳନକୁ ଅଧିକ ସୁଦୂରପ୍ରସାରୀ କରିବ ଏବଂ ଜାତୀୟ ପ୍ରଗତିରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ । ଏନସିସ ଓଡ଼ିଶାର ନିଦେ୍ର୍ଧଶକ କର୍ଣ୍ଣଲ ସତ୍ୟବ୍ରତ ସ୍ୱାଇଁଙ୍କ ସମେତ ଏନସିସି ଏବଂ ସେନାର ବରିଷ୍ଠ ଅଧିକାରୀ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।