ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର :  ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି । ଆଜି ରାଜ୍ୟପାଳ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟିଙ୍କ ସହ ଭୁବନେଶ୍ୱରସ୍ଥିତ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିଦର୍ଶନ କରିଥିଲେ । ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କଳାକୃତି ଦେଖି ଏପରି ପ୍ରଶଂସା କରିଛନ୍ତି । ପଦ୍ମ ବିଭୂଷଣ ଶ୍ରୀ ସାହୁଙ୍କ ମୂର୍ତ୍ତିକଳା ଓ କୃତିକୁ ରାଜ୍ୟପାଳ ନିରୀକ୍ଷଣ କରିଥିଲେ । ପଦ୍ମ ବିଭୂଷଣ ଶ୍ରୀ ସାହୁ ରାଜ୍ୟପାଳଙ୍କୁ କଳାର ପ୍ରକି୍ରୟା, ପଥର ସଂଗ୍ରହ, ପ୍ରତ୍ୟେକ ସୃଷ୍ଟି ପାଇଁ ଆବଶ୍ୟକ ହେଉଥିବା ସମୟ, ମୂର୍ତ୍ତି ନିର୍ମାଣ ପଛରେ ଥିବା କୌଶଳ ବିଷୟରେ ଅବଗତି କରାଇଥିଲେ ।  ଏପରି କଳା କୌଶଳ ଓ କୃତି ଓଡ଼ିଶାକୁ ବିଶ୍ୱସ୍ତରରେ ପରିଚୟ କରାଇପାରିଛି ବୋଲି କହିଥିଲେ । ଶିଳ୍ପୀମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ସଠିକତା, ସୃଜନଶୀଳତା ଏବଂ କଠିନ ପରିଶ୍ରମକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଏହା ଓଡ଼ିଶାର ଶତାଦ୍ଦୀ ଶତାଦ୍ଦୀ ପୁରୁଣା କଳା ପରଂପରାର ଜୀବନ୍ତ ଉଦାହରଣ ବୋଲି କହିଥିଲେ । ଓଡ଼ିଶାର ଐତିହ୍ୟ ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ଭୂମି । ଏଠାରେ ପାରଂପରିକ କାରିଗରୀ ଅତ୍ୟନ୍ତ ଜୀବନ୍ତ ଭାବେ ବିକଶିତ ହେଉଛି । ରାଜ୍ୟର ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ଏବଂ ବିଶ୍ୱସ୍ତରରେ ଏହାକୁ ପ୍ରୋସôାହିତ କରିବାରେ କାରିଗର ଓ ଶିଳ୍ପୀମାନଙ୍କର ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏତଦ୍ବ୍ୟତୀତ ଭବିଷ୍ୟତ ପିଢି ପାଇଁ ଏହି ଗୌରବମୟ ଐତିହ୍ୟକୁ ଆଗକୁ ବହନ କରିବା