ରାସ୍ତା ନିର୍ମାଣକୁ ନେଇ ଗଣ୍ଡଗୋଳ ଘଟଣା, ୨ଗିରଫ
କାକଟପୁର: କାକଟପୁର ବ୍ଲକ ଅନ୍ତର୍ଗତ ବୋଇତି କୁଦ ଗ୍ରାମର ଅନାବାଦୀ ରାସ୍ତା କୁ ନେଇ ଗଣ୍ଡଗୋଳ ଘଟଣାରେ ଆଜି କାକଟପୁର ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଭଗବାନ ଦାସଙ୍କ ପୁଅ ଲିଟୁ ଦାସ ଏବଂ ଅଜୟ ଦାସଙ୍କ ପୁଅ ଦିପୁ ଦାସଙ୍କୁ ପୋଲିସ କାଲି ବିଳମ୍ବିତ ରାତ୍ରରେ କୋଣାର୍କ ଅଞ୍ଚଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ କୁ ପଠେଇ ଦିଆଯାଇଛି ଏହି ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାବେଳେ ଗିରଫ ଭୟରେ ଫେରାର ଅଛନ୍ତି ।