ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମକ୍ଡ୍ରିଲ
ପୁରୀ: ପୁରୀ ଠାରୁ ୫କିମି ଦୂରତ୍ୱ ବୀରହରେକୃଷ୍ଣପୁର ଗ୍ରାମ ପୁଷ୍କରିଣୀରେ ଅଗ୍ନିଶମ, ଓଡ଼୍ରାଫ, ଏନଡ଼ିଆରଏଫ ପକ୍ଷରୁ ଯୁଗ୍ମ ମକ୍ଡ଼୍ରିଲ୍ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଥବା ବାତ୍ୟା ମୁକାବିଲା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ଏହି ମକ୍ଡ଼୍ରିଲ୍ କରାଯାଇଛି । ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କିଭଳି ଉଦ୍ଧାର କରାଯିବ ସେ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମକ୍ଡ୍ରିକୁ ଏନ୍ଡିଆରଏଫ କମାଣ୍ଡର ଧନଞ୍ଜୟ କୁମାର ଓ ପୁରୀ ଆପଦକାଳୀନ ଅଧିକାରୀ ମନିଷା ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ । ଏକାଧିକ ଅଗ୍ନିଶମ, ଏନଡ଼ିଆରଏଫ ଏବଂ ଓଡ଼୍ରାଫ ଟିମ୍କୁ ନେଇ କରାଯାଇଥିଲା ଏହି ମକ୍ଡ଼ି୍ରଲ । ଜୁରୁରୀକାଳୀନ ସମୟରେ ୩ବିଭାଗର ଭୂମିକା କଣ ରହିବ ସେ ସଂକ୍ରାନ୍ତରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଲୋକଙ୍କୁ ଉଦ୍ଧାର କରାଯାଏ ତାହାର ଏକ ଡେମୋ ପ୍ରସ୍ତୁତ କରାଯାଇଥିଲା । ଏହି ମକ୍ଡ଼ି୍ରଲ ଅବସରରେ ଏଡିଏମ୍ ଓ ମେଡିକାଲ ଡ. ବିରଜା ରଥ, ସରପଞ୍ଚ ଶ୍ରୀମତୀ ଧରିତ୍ରୀ ଜେନା, ଏଡିଇଓ, ଡେପୁଟି କଲେକ୍ଟର, ଉପସୂଚନା ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଉପସ୍ଥିତ ଥିଲେ ।