ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ଶବ ଉଦ୍ଧାର
ବଡ଼ସାହି : ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି - ଡୁକୁରା ରାସ୍ତାର ଇଟାମୁଣ୍ଡିଆ ଗ୍ରାମକୁ ଯିବା ଛକ ନିକଟରୁ ଆଜି ସକାଳେ ବଡ଼ସାହି ପୁଲିସ ଜନୈକ ଯୁବକର ଶବ ଉଦ୍ଧାର କରିଥିବା ଜଣାଯାଇଛି । ମୃତ ଯୁବକ ଜଣକ ନିକଟସ୍ଥ ତଥା ସ୍ଥାନୀୟ ଡୁକୁରା ଛକର ବାସିନ୍ଦା ରଘୁ ମାହାଲିଙ୍କ ପୁଅ ନାଲ ମାହାଲି (୪୦) । ଆଜି ସକାଳେ ସ୍ଥାନୀୟ ଲୋକେ ନାଲର ମୃତ ଶରୀର ଦେଖି ବଡ଼ସାହି ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବକୁ ଉଦ୍ଧାର କରିବା ସହ ଏହା କୌଣସି ଅଜଣା ଗାଡ଼ି ଦୁର୍ଘଟଣାରେ ମୃତୁ୍ୟ ହୋଇଥାଇପାରେ ବୋଲି ତଦନ୍ତ କରିବା ପୂର୍ବକ ପ୍ରକାଶ କରିଛି । ଏ ସମ୍ପର୍କରେ ବଡ଼ସାହି ଥାନାରେ ୧୩୯/୨୫ ନମ୍ୱରରେ ଏକ କେସ ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଅଧିକ ତଦନ୍ତ ଜାରି ରଖିଛି ।