ରାହାସ ବିହାରୀ ପୋଖରୀକୁ ନେଇ ଦୁଇ ଗୋଷ୍ଠୀଙ୍କ ବିବାଦ: ନ୍ୟାୟ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ବିପକ୍ଷବାଦୀ
ନୀଳଗିରି: ନୀଳଗିରି ଏନ୍ଏସିର ୯ୱାର୍ଡର ଚକ୍ରଧରପୁର ଶାସନରେ ଥିବା ରାହାସ ବିହାରୀ ଠାକୁରଙ୍କ ନାମରେ କାହାଳିଆ ମୌଜାର ପ୍ଲଟ ନମ୍ବର ୧୬୮୨ରେ ପୋଖରୀ ରହିଥିବାବେଳେ ପ୍ଲଟ ୧୬୫୯,୧୬୮୧, ୧୬୮୩ରେ ଆଡି ରହିଥିବା ବେଳେ କିଛି ଖଳ ପ୍ରକୃତିର ଲୋକ ଉକ୍ତ ପୋଖରୀ ଆଡିକୁ କାଟି ପୋଖରୀ ଚାରି ପାଖରେ ଥିବା ପରିବାର ଲୋକଙ୍କୁ ହଇରାଣ ହରକତ କରୁଥିବା ସହ ପୋଖରୀ ନିଲାମଧାରୀମାନେ ଧମକ ଦେଉଥିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିପକ୍ଷବାଦୀ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜାରାଜୁଡ଼ା ସମୟରୁ ଉକ୍ତ ପୋଖରୀ ଆଡ଼ିଟି ପ୍ରଶସ୍ତ ରାସ୍ତା ରହିଥିବା ବେଳେ ପାଖାପାଖି ୧୫ରୁ ଅଧିକ ପରିବାର ଉକ୍ତ ଆଡି ରାସ୍ତା ଉପରେ ନିର୍ଭର କରିଆସୁଥିଲେ । ମାତ୍ର ପୋଖରୀର ଉତ୍ତରାଧିକାରୀଙ୍କ ଦେହାନ୍ତ ପରେ ତାଙ୍କର ପୁଅମାନେ କିଛି ମାସ ପୂର୍ବରୁ ପୋଖରୀ ଆଡ଼ିକୁ ଜାଲ ଘେରି ଅବରୋଧ କରିଥିଲେ । ଯାହାଫଳରେ ସମସ୍ତ ପରିବାର ଦୁଃଖ ଦୁର୍ଦ୍ଦଶା ଭୋଗ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା । ଏପରିକି ଲିଜ୍ଧାରୀମାନେ ପୋଖରୀ ଆଡିରେ ଯାତାୟାତ ପାଇଁ ବାରଣ କରିବା ସହ ବିପକ୍ଷବାଦୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାର ଧକମ ଦେଇଥିବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏ ନେଇ ବିପକ୍ଷବାଦୀ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଶେଷରେ ଗତ ୮/୪/୨୫ରିଖରେ ମାନ୍ୟବର ଫୌଜଦାର କୋର୍ଟରେ ଅଭିଯୋଗ ଦାଏର କରିଥିଲେ । ମାନ୍ୟବର କୋର୍ଟଙ୍କ ଆଦେଶମୂଳେ ନୀଳଗିରି ପୁଲିସ ୧୩୪ନମ୍ୱର ମାମଲା ରୁଜୁ କରିଥିଲେ । ମାତ୍ର କୌଣସି ତଦନ୍ତ କରିନଥିବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶେଷରେ ବିବାଦୀମାନଙ୍କ ପକ୍ଷରୁ ପୋଖରୀ ଆଡିରେ ଥିବା ସମସ୍ତ ପ୍ଲଟ ଉପରେ ସ୍ଥିତାବସ୍ତା ପାଇଁ ମାନ୍ୟବର କୋର୍ଟରେ ନିବେଦନ କରିଥିଲେ । ମାନ୍ୟବର କୋର୍ଟ ଗତ ୧୭/୫/୨୫ରେ ଉଭୟଙ୍କ ମଧ୍ୟରେ ସ୍ଥିତାବସ୍ତା ରଖିବା ପାଇଁ ଆଦେଶ ପ୍ରଦାନ କରିଥିଲେ । ପୁଣି ଗତ ୨୫/୫/୨୫ରିଖରେ ବିବାଦୀମାନେ ବାଦିଙ୍କ ନାମରେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ମାତ୍ର ନୀଳଗିରି ପୋଲିସ ବହୁ ବାଦୀଙ୍କ ନାମରେ ଅଭିଯୋଗ ହୋଇଥିବାବେଳେ ସମରେନ୍ଦ୍ର ମହାନ୍ତି ଓ ମୋନରଞ୍ଜନ ମହାରଣାଙ୍କୁ ଡାକି ମାନସିକ ଯନ୍ତ୍ରଣା ଦେବା ସହ ଯଦି ତମେ ପୋଲିସ କଥାରେ ରାଜି ନ ହୁଅ, ତେବେ ମିଥ୍ୟା ମାମଲାରେ କେଶ୍ କରିବାର ଧମକ ଦେବାରୁ ଭୟଭୀତ ହୋଇ ଦୁଇ ଜଣ କୌଣସି ବିବାଦୀୟ ପରିସ୍ଥିତି ଉପୁଜିବୁ ନାହିଁ ବୋଲି ଲିଖିତ ଭାବେ ନେଇଥିବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପରିତାପର ବିଷୟ ନୀଳଗିରି ପୋଲିସ ପକ୍ଷରୁ କୌଣସି ତଦନ୍ତ ନ କରି ଆମ ସମସ୍ତଙ୍କୁ ନ୍ୟାୟ ଦେବାରେ ପାତର ଅନ୍ତର କରିଥିବାର ସାମ୍ବାଦିକ ସମ୍ମିଳନୀରେ ସମରେନ୍ଦ୍ର ମହାନ୍ତି, ମୋନରଞ୍ଜନ୍ ମହାରଣା, ଜଳଧର ବେହେରା, ଆଇନଜିବୀ ବିଘ୍ନେଶ୍ୱର ବାରିକ ପ୍ରକାଶ କରିବା ସହ ଉଚିତ୍ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ମାତ୍ର ଏସବୁ ଘଟଣାକୁ ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ବିଶ୍ୱାଳ ଖଣ୍ଡନ କରିଛନ୍ତି ।