ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଉପଲକ୍ଷେ କର୍ମଶାଳା
ବାଲେଶ୍ୱର : ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଓ ଦେଶରେ ଜରୁରୀକାଳୀନ ପରିସ୍ଥିତି କଳା ଦିବସର ୫୦ ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିଜେପିର ଏକ ଜିଲ୍ଲା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ଆହ୍ୱାନ କରିଥିବାବେଳେ କର୍ମଶାଳାର ରାଜ୍ୟ ମୁଖ୍ୟ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କର୍ମଶାଳା ବାବଦରେ ସମସ୍ତଙ୍କୁ ସୂଚିତ କରିଥିଲେ । ଅଖଣ୍ଡ ଭାରତର ସଂକଳ୍ପରେ କାଶ୍ମୀରରେ ପ୍ରବେଶ କରିବା ପରେ ଜନସଂଘର ପ୍ରତିଷ୍ଠାତା ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତକôାଳୀନ ଜମ୍ମୁକାଶ୍ମୀରର ସରକାର ତକôାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିଦେ୍ର୍ଦଶରେ ଗିରଫ କରି ଜେଲରେ ରଖିଥିଲେ । ସେହି କାରାଗାରରେ ତାଙ୍କର ରହସ୍ୟମୟ ମୃତୁ୍ୟ ଘଟିଥିଲା । ଉକ୍ତ ଦିନରୁ ଏହାକୁ ବଳିଦାନ ଦିବସ ଭାବେ ପାଳିତ ହୋଇ ଆସୁଛି । ନ୍ୟାୟାଳୟରୁ ଦଣ୍ଡିତ ହେବା ପରେ କ୍ଷମତାରୁ ଓହରି ନ ଯାଇ ତକôାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତା ଲାଳସାରେ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟାକରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଲୋକଙ୍କ ଠାରୁ ମୌଳିକ ଅଧିକାର, ବାକ୍ ସ୍ୱାଧୀନତା ଛଡ଼ାଇ ନିଆଯାଇଥିଲା । ସେହି ଦିନକୁ କଳା ଦିବସ ରୁପେ ପାଳିତ ହୋଇଆସୁଛି । ଜୁଲାଇ ୨୩ ଓ ୨୫ ତାରିଖରେ ଉକ୍ତ ଦୁଇ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବୁଥ୍ସ୍ତରରେ କରିବା ପାଇଁ ଉକ୍ତ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହା ସହିତ ପର୍ଯ୍ୟାବରଣର ସୁରକ୍ଷା ପାଇଁ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣର ଯୋଜନା ପ୍ରସ୍ତୁତ କରାଯାଇଥିଲା । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସଦର ବିଧାୟକ ମାନସ କୁମାର ଦତ୍ତ, ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଲମ୍ବୋଦର ନାୟକ ଓ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ପର୍ଶୁରାମ ବେହେରା, କର୍ମଶାଳାର ସଂଯୋଜକ ଶ୍ରୀନିବାସ ପ୍ରଧାନ, ଶୋଭନା ମହାନ୍ତି ଓ ଆଶିଷ ଘୋଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସମ୍ପାଦକ ବିଜୟ ସାହୁ, ଚନ୍ଦ୍ରଶେଖର ନନ୍ଦ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
