ରାହୁଲଙ୍କ ଟ୍ୱିଟ ପରେ, ଗାଁରେ ପହଁଞ୍ଚିଲା କଂଗ୍ରେସ
ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଦୁଇ ଦଳିତ ପରିବାରକୁ ଗାଁ ଦାଣ୍ଡରେ ନିର୍ଯ୍ୟାତନା ଘଟଣାକୁ ଭାରତୀୟ ଜାତୀୟ କଂଗ୍ରେସର ନେତା ରାହୁଲ ଗାନ୍ଧୀ ଟୁଇଟ କରି ସରକାରଙ୍କ ଶାସନ କଳକୁ ନିନ୍ଦା କରିଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ ନିଦେ୍ର୍ଦଶ କ୍ରମେ ଆଜି ଏକ ଟିମ ଗାଁରେ ପହଁଚି ଆଲୋଚନା କରିଥିଲେ । ଏହି ଟିମରେ ଗଞ୍ଜାମ ଜିଲ୍ଲା (ପଶ୍ଚିମ ) ସଭାପତି ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ୱରେ ଏସି ସେଲର ସଭାପତି ମାନସ ମଲ୍ଲିକ, ଉପ ସଭାପତି ଭୋକାଲି ସେଠି, ମାନସ ମଲ୍ଲିକ, ଜୟନ୍ତ ଭୋଇ, ଆଇନଜୀବୀ ରାଜ କିଶୋର ନାୟକ, ଭାଗିରଥି ବେହେରା, ଆସିକା ସାଂସଦ ପ୍ରାଥୀ ଯୁବ ଆଇନଜୀବି ଦେବକାନ୍ତ ଶର୍ମା, ଆଇନଜୀବି ଟୁଟୁ ପାତ୍ର, ଆଇନଜୀବୀ ପ୍ରିୟାଂଶୁ ପରିଡା ପ୍ରମୁଖ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କ ପରିବାରକୁ ଭେଟି ଥିଲେ । ଏଥି ସହିତ ଧରାକୋଟ ଥାନାରେ ପହଂଚି ଏସଡିପିଓ ସନ୍ତୋଷ କୁମାର ଜେନାଙ୍କ ସହ ଆଲୋଚନା କରିଥିଲେ । ଘଟଣା ଘଟିବାର ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୁଲିସ ଆସମୀଙ୍କୁ ଗିରଫ କରିବାରେ ସଫଳ ହୋଇ ନାହାନ୍ତି । ଏଥି ସହିତ ଏହି ଦଳିତି ପରିବାରକୁ ଜୋରିମାନା ବାବଦକୁ ଏକ କୋଟି ଟଙ୍କା ମୋହନ ସରକାର ପ୍ରଦାନ କରିବାକୁ ଦାବୀ କରିଛନ୍ତି । ଏଥି ସହିତ ଦୁଇ ପରିବାରକୁ ସୁରକ୍ଷା ଏବଂ ଦୋଷୀକୁ ଦଣ୍ଡ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଏହି ଦୁଇ ପରିବାର ସହ ରହିବ ବୋଲି ଟିମ ଆଜି ଆସିକା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।