ଧର୍ମ ପରାୟଣା ମହିଳାଙ୍କ ପରଲୋକ
ବୁଗୁଡା: ସ୍ଥାନୀୟ ଅମିତ୍ ନଗର ନିବାସୀ ଶିକ୍ଷକ ଜୟନ୍ତ ପଟ୍ଟନାୟକଙ୍କ ମାତା ସାରିଆମଣୀ ପଟ୍ଟନାୟକ (୮୨)ଙ୍କ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲେ । ତାଙ୍କର ମୃତୁ୍ୟ ଶଯ୍ୟା ନିକଟରେ ତିନି ପୁଅଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତଥିଲେ । ସାହି ବାସିନ୍ଦା ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେ ଜଣେ ସରଳ, ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ସ୍ଥାନୀୟ ବଡଶଙ୍ଖସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।