ରାହୁଲ ଗାନ୍ଧିଙ୍କ ବିରୋଧରେ ବିକ୍ଷୋଭ

 ବାଲେଶ୍ୱର: ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ପକ୍ଷରୁ ଏକ ବିକ୍ଷୋଭ ସମାବେଶ ସ୍ଥାନୀୟ ଫାଣ୍ଡିଛକରେ ଅନୁଷ୍ଠିତ ହୋଇଯାଇଅଛି । ରାହୁଲ ଗାନ୍ଧୀଙ୍କ ଆକ୍ରମଣରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁତର ଆହତ ହୋଇ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ଏହାର ପ୍ରତିବାଦରେ ଆୟୋଜିତ ବିକ୍ଷୋଭ ସମାବେଶରେ ସଦର ବିଧାୟକ ମାନସ କୁମାର ଦତ୍ତ ଏହାକୁ ଘୋର ନିନ୍ଦା କରିବା ସହିତ କଂଗ୍ରେସକୁ ଚେତାବନୀ ଦେଇ କହିଛନ୍ତି କଂଗ୍ରେସ ତାର ଚରିତ୍ର ନ'ବଦଳାଇଲେ ଆଗାମୀ ଦିନରେ ଏହାର ପରିଣାମ ଭୟାଭୟ ହେବ । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର କଂଗ୍ରେସ ଦଳକୁ ହିଂସାର ପୃଷ୍ଟପୋଷକ ଓ ଗଣତନ୍ତ୍ରର ହତ୍ୟାକାରୀ ବୋଲି କହିଥିଲେ । ଏହା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ନୁହେଁ ଏହା ସମଗ୍ର ବାଲେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ଆକ୍ରମଣ ବୋଲି କହିଥିଲେ । ସମାବେଶରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଲମ୍ବୋଦର ନାୟକ, ଜୀବନ ପ୍ରଦୀପ ଦାଶ, ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଶ୍ରୀନିବାସ ପ୍ରଧାନ, କମଳଲୋଚନ ଦାସ, ବିଜୟ ସାହୁ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଗୌରାଙ୍ଗ ଦାସ, ପ୍ରବୀର ଶଙ୍କର ଦାସ, ଶିପ୍ରା ବାଜପେୟୀ, ଆଶିଷ ଘୋଷ, ବିକାଶ ପାଢୀ, ସୁଶାନ୍ତ ବେରା, ଶିପ୍ରାରେଖା ମହାପାତ୍ର, ଅନୀଲ ସାହୁ, ସନ୍ତୋଷ ସେଠୀ, ଚିତ୍ତରଞ୍ଜନ ପଣ୍ଡା, ସତ ୍ୟଶିବସୁନ୍ଦର ଦାସ, ନିତ୍ୟ ଗୋପାଳ ସିଂ, ସୁସ୍ମିତା ପଣ୍ଡା, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ଅନନ୍ତ ନାୟକ, ଇଶ୍ୱର ଚନ୍ଦ୍ର ବେହେରା, ଭାରତୀ ପାତ୍ର, ସୁରଝଙ୍କାର ସେଠୀ, ସ୍ୱାଧିନ ପଣ୍ଡା, ଅନ୍ନପୂର୍ଣ୍ଣା ଚାନ୍ଦ, ମଧୁଶ୍ରୀ ପଣ୍ଡା, ମମତା ମହାପାତ୍ର, କମଳା ବିନ୍ଧାଣି, ଶୈଳେନ୍ଦ୍ର ପ୍ରସାଦ ଦାଶ, ଶିରିଆ ଦାସ, ବିଜୟ ଭାରତୀ, ଜୋଗେନ ଚନ୍ଦ୍ର ରଣା, ବରୁଣ ବେହେରା, ଲକ୍ଷ୍ମୀକାନ୍ତ ବେହେରା, ବିପ୍ଳବ ଯାଦବ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ବିକ୍ଷୋଭ ସମାବେଶ ଉପରାନ୍ତେ ଉପସ୍ଥିତ କର୍ମୀ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।