ବେଆଇନ ମୋରମ୍ ଟ୍ରକ ଜବତ
ନୀଳଗିରି : କିଛି ଦିନ ଧରି ନିଳଗିରି ତହସିଲ ଅଧିନରେ ଥିବା ବେଆଇନ ମୋରମ ଖଡାନରୁ ଚୋରାରେ ଟ୍ରିପ ଟ୍ରିପ ମୋରମ ଚାଲାଣ ହୋଇଛି । ଚୋରା ବେପାରୀମାନେ ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଥିବା ବେଳେ ରାଜସ୍ୱ ବିଭାଗ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି । ଏଥିପ୍ରତି ନା ରାଜସ୍ୱ ବିଭାଗ ନା ଖଣି ବିଭାଗ କାହାରି ରୋକ୍ ଲଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ନୀଳଗିରି ପୁଲିସ ଏବେ ଚୋରା ଖଣିଜ ଦ୍ରବ୍ୟ ପରିବହନଉପରେ କଢ଼ା ନଜର ରଖିଛନ୍ତି । ପୋଡ଼ାଶୂଳ ଅଞ୍ଚଳରୁ ଚୋରାରେ ମୋରମ ଚାଲାଣ ହେଉଥିବା ବେଳେ ନୀଳଗିରି ପୁଲିସ ମାଡ଼ି ବସିଥିଲା । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ଡମ୍ପର ଟ୍ରକକୁ ଜବତ କରି ଥାନାରେ ରଖିଛନ୍ତି । ଏନେଇ ଏକ ମାମଲା ରୁଜୁ ହୋଇଛିି ।