ରାୟଗଡ ଗସ୍ତରେ ଉପ-ମୁଖ୍ୟମନ୍ତ୍ରୀ
ରାୟଗଡ: ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦିନିକିଆ ରାୟଗଡ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ରେଲେଓ ପ୍ରକଳ୍ପ, ଜାତୀୟ ରାଜପଥ ପ୍ରକଳ୍ପ, ରାସ୍ତା ଓ ଗୃହ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ସେତୁବନ୍ଧ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲା ।
ସେହିପରି ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟକାରିତା ସହ ସୁଭଦ୍ରା ଯୋଜନା ଉପରେ ସମୀକ୍ଷା କରିବା ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ଉପରେ ଜିଲ୍ଲାର ଖାଉଟି ସଂଖ୍ୟା, ରେସନ କାର୍ଡ, ଖରିଫ ଧାନ ସଂଗ୍ରହ ଉପରେ ପଚାରି ବୁଝିଥିଲେ । ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ତଥା ଅନ୍ୟାନ୍ୟ ଯୋଜନା ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ମଧ୍ୟମ ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, କାର୍ଯ୍ୟକାରିତାର ଅଗ୍ରଗତି କାର୍ଯ୍ୟ ସମ୍ପାଦନ ଆଦି ଉପରେ ଆଲୋଚନା କରିଥିଲେ । ଗ୍ରାମୀଣ ଆୱାସ ଯୋଜନାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାର ଅଗ୍ରଗତି, ଉଦ୍ୟାନ ବିଭାଗ, ମସô୍ୟ ବିଭାଗ, ଜାଲଛାୟା ମିଶନ, ଜିଲ୍ଲା ପ୍ରାଣିସମ୍ପଦ ଆଦି ଉପରେ ସମୀକ୍ଷା କରିଥିଲେ ।
ଏହି ସମୀକ୍ଷା ବୈଠକରେ ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଅତିରକ୍ତ ଜିଲ୍ଲାପାଳ ଭାସ୍କର ରାଉତ୍, ଇଓ ଜିଲ୍ଲାପରିଷଦ ଅକ୍ଷୟ ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସାହାଟେ, ଉପଜିଲ୍ଲାପାଳ ରୟାଗଡ କଲ୍ୟାଣୀ ସଂଘମିତ୍ରା କାନୁନଗୋ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ସମସ୍ତ ବିଡ଼ିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ ।