ରିଫାଇନାରୀରେ ଲେବୁଲ-୨ ମକ୍ଡ୍ରିଲ
ପାରାଦୀପ : ପାରାଦୀପ ରିଫାଇନାରୀ ପକ୍ଷରୁ ଏକ ଲେବୁଲ-୨ ମକ୍ଡ୍ରିଲ (ଅନ୍ ସାଇଟ ଡିଜାଷ୍ଟର ଡ୍ରିଲ) ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ରିଫାଇନାରୀ ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଓ ପ୍ରସ୍ତୁତିର ପ୍ରଭାବ ଯାଞ୍ଚ କରିଥିଲା । ପାରାଦୀପ ରିଫାଇନାରୀର ଅନୁମୋଦିତ ଇମରଜେନ୍ସୀ ରେସପନସ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଂଟ ପ୍ଲାନ (ଇଆରଡିଏମି) ଅନୁଯାୟୀ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ମୁ୍ୟଚୁଆଲ ଏଡ୍ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଏହି ମକ୍ ଡ୍ରିଲରେ ଅଂଶ ଗ୍ରହଣ କରିଥିଲେ । ପାରାଦୀପ ରିଫାଇନାରୀର ସାରୁ (ଏସ୍ଏଆରୟୁ) ୟୁନିଟରେ ଗାସ୍କେଟ ଫାଟଯିବା ଯୋଗୁଁ ଯଦି ଏଚ୍-୨ଏସ୍ ଲିକେଜ ହୁଏ, ତାହାକୁ ସଫଳତାର ସହିତ କିପରି ମୁକାବିଲା କରାଯାଇପାରିବ, ସେହି ବିଷୟବସ୍ତୁ ଉପରେ ଆଜିର ମକ୍ ଡ୍ରିଲ ଆଧାରିତ ଥିଲା । ମକ୍ଡ୍ରିଲ ଅନୁଷ୍ଠିତ ହେବା ପରେ ପାରାଦୀପ ରିଫାଇନାରୀର କାର୍ଯ୍ୟକାରୀ ନିଦେ୍ର୍ଦଶକ ତଥା ରିଫାଇନାରୀ ପ୍ରମୁଖ କୈାଶିକ ବସୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।