ରେଭେନ୍ସାରେ ବିପଦସଂକୁଳ ଶ୍ରେଣୀଗୃହ : ରାସ୍ତାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ

ରେଭେନ୍ସାରେ ବିପଦସଂକୁଳ ଶ୍ରେଣୀଗୃହ : ରାସ୍ତାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଅଧ୍ୟାପକ ନେଲେ କ୍ଲାସ

କଟକ : ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ବିକଳ ଚିତ୍ର ସାମ୍ନାକୁ ଆସିଛି । ରାସ୍ତାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ । ଏପରିକି ବିଭାଗୀୟ ଅଧ୍ୟାପକ ମଧ୍ୟ କ୍ଲାସ ନେଲେ । ଏଭଳି ଦୃଶ୍ୟ ରେଭେନ୍ସାରେ ନିକଟ ଅତୀତରେ କେବେ ଦେଖିବାକୁ ମିଳି ନଥିଲା । ତେବେ ଗୁରୁବାର ମଧ୍ୟାହ୍ନରେ ଓଡ଼ିଆ ବିଭାଗର ୟୁଜି ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀମାନେ ଏହି ଅଭିନବ ପ୍ରତିବାଦକୁ ଆପଣେଇଛନ୍ତି । ବିପଦସଂକୁଳ ଅବସ୍ଥାରେ ଶ୍ରେଣୀଗୃହ ଥିବାରୁ ସେଠାରେ ପାଠ ପଢ଼ିବା ଜୀବନ ସହ ଖେଳିବା ସହ ସମାନ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଦୀର୍ଘ ୨୦ ଦିନରୁ ଊଦ୍ଧ୍ୱର୍ ସମୟ ଧରି ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଗୁରୁବାର ମଧ୍ୟାହ୍ନରେ କୂଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ବସି ୩୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ି ଏକ ପ୍ରକାର ଦାବି କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ଅପରପକ୍ଷରେ ଏହି ଘଟଣାରେ ବର୍ଷାକୁ ଦୋଷ ଲଦିବା ସହ ଶୀଘ୍ର ଶ୍ରେଣୀଗୃହ ମରାମତି ହେବା ନେଇ ରେଭେନ୍ସା କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିଛନ୍ତି ।