ରୟାଲ୍ ଗାର୍ଡେନ୍ ଅଞ୍ଚଳରେ ଆକ୍ରମଣ; ଥାନାରେ ଅଭିଯୋଗ

 ପାଣିକୋଇଲି : ଏହି ଥାନା ୨୦ ନଂ ଜାତୀୟ ରାଜପଥ ପାଶ୍ୱର୍ ଆଲିଆ ନିକଟ ରୟାଲ ଗାର୍ଡ଼େନରେ କିଛି ଦୁର୍ବୃତ୍ତ ପ୍ରମୋଦ କୁମାର ସାହୁ ନାମକ ଯୁବକକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ୧୬୯/୨୫ରେ ମାମଲା ରୁଜୁ କରି ତଦନ୍ତ କରୁଛି । ପ୍ରମୋଦ କରିଥିବା ଅଭିଯୋଗରେ କୁହାଯାଇଛି ଯେ, ମାସାୱାର ଅଲି ଖାନଙ୍କ ପୁଅ ମୁସରଫ୍ ଅଲି ଖାନ ଓ ମୁସରଫ୍ ଅଲି ଖାନଙ୍କ ପୁଅ ମୋକିମ୍ ଅଲି ସହିତ ଆଉ ୫ଜଣ ଅଜଣା ବ୍ୟକ୍ତି ତାଙ୍କୁ ଓ ତାଙ୍କ ସହଭାଗୀ ଆଫାକ୍ ଅହମଦ ଓ ଜଲାଲୁଦ୍ଦିନ୍ ଖାନଙ୍କୁ ଆକ୍ରମଣ କରିଥିଲେ । ପ୍ରମୋଦ କହିବା ଅନୁସାରେ, ରୟାଲ୍ ଗାର୍ଡେନ୍ ଅଞ୍ଚଳରେ ତାଙ୍କ କାର୍ଯ୍ୟାଳୟ ଥିବା ସ୍ଥାନରେ ବାରମ୍ବାର ଚୋରି ଘଟଣା ଘଟୁଥିଲା । କିଛିଦିନ ପୂର୍ବରୁ କାର୍ଯ୍ୟାଳୟରୁ ଏସି, ଇନ୍ଭର୍ଟର୍ ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା ଓ ସାମ୍ପ୍ରତିକ ଦିନରେ ଗୋଟିଏ ମୋଟର ବାଇକ୍ ମଧ୍ୟ ଚୋରି ହୋଇଥିଲା । ସନ୍ଦିଗ୍ଧ ଚଳଚଳାହଟ୍କୁ ନେଇ ପଚାରିଲା ବେଳେ, ସେମାନେ ଅଚାନକ ଆମକୁ ଆକ୍ରମଣ କଲେ । ଏହାସହିତ, ଆହତଙ୍କୁ ଲକ୍ଷ୍ୟ କରି ଭୁଲ୍ ଅଭିଯୋଗ ମଧ୍ୟ ରୁଜୁ କରାଯାଇଥିବା ଉଲ୍ଲେଖ କରାଯାଇଛି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରୟାଲ୍ ଗାର୍ଡେନ୍ ଅଞ୍ଚଳରେ ପୂର୍ବରୁ ଘଟିଥିବା ଚୋରି ଘଟଣାଗୁଡିକର ତଦନ୍ତ ଜାରି ରହିଛି । ତେବେ ସଂପୃକ୍ତ ରୟାଲ ଗାର୍ଡ଼େନ ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି ସହ ଅରାଜକତା ଘଟୁଥିବାରୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।