ରୋଗୀ ଅବହେଳାକୁ ନେଇ ଅସନ୍ତୋଷ
ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ଅବହେଳାକୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଚିକିତ୍ସାଳୟ ପରୀକ୍ଷାଗାରରେ ଅତ୍ୟାଧୁନିକ ଯନ୍ତ୍ରପାତି ଥିଲେ ମଧ୍ୟ ରୋଗୀଙ୍କୁ ବିଭିନ୍ନ ପରୀକ୍ଷାପାଇଁ ବାହାରେ ଥିବା ପ୍ରାଇଭେଟ ପରୀକ୍ଷାଗାରଙ୍କୁ ପଠାଯାଉଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏଠାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବାବେଳେ, ଟିକେ ଟିକେ ଘଟଣାରେ ସଙ୍ଗେ ସଙ୍ଗେ ଡାକ୍ତରମାନେ କଟକ ରେଫର କରିଦେଉଥିବା ନେଇ ମଧ୍ୟ ସଙ୍ଗିନୀ ଅଭିଯୋଗ ହେଉଛି । ଅନ୍ୟପଟେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ହାଟଡିହି ବ୍ଲକ୍ ଜଳସରପୁର ଗ୍ରାମର ସାରଙ୍ଗଧର ସାମଲଙ୍କ ୪ ବର୍ଷର ପୁଅ ବିରାଟଙ୍କ କ୍ଷେତ୍ରରେ । ବିରାଟଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ପରିବାର ଲୋକେ ଆନନ୍ଦପୁର ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିରାଟଙ୍କ ସିବିସି ଏବଂ ମେଲେରିଆ ପରୀକ୍ଷା କରିବା ପାଇଁ ତାଙ୍କୁ ତାଙ୍କ ମା ଏବଂ ବାପା ମେଡିକାଲ ପରୀକ୍ଷାଗାରକୁ ନେଇଥିବା ବେଳେ, ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀ ମେସିନ ଖରାପ ହୋଇଯାଇଛି ପରୀକ୍ଷା ହାଇପାରିବ ନାହିଁ କହିଥିଲେ । ଯାହା ଦ୍ୱାରା ସେମାନେ ତାଙ୍କ ପୁଅକୁ ନେଇ ବାହାରେ ଥିବା ପରୀକ୍ଷାଗାରରେ ୪ ଶହ ଟଙ୍କା ଦେଇ ରକ୍ତ ପରୀକ୍ଷା କରାଇଥିଲେ । ତେବେ ସେଦିନ ପରୀକ୍ଷା ମେସିନ ଖରାପ ଥିବାରୁ ପରୀକ୍ଷା ହୋଇପାରି ନ ଥିଲା ବୋଲି ଚିକତ୍ସାଳୟ ଅଧିକ୍ଷକ କହିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
