ଲବଣ ସତ୍ୟାଗ୍ରହ ପ୍ରସ୍ତୁତି ବୈଠକ

 କାକଟପୁର : ଅସ୍ତରଙ୍ଗ ବ୍ଲକ କୁହୁଡି ଠାରେ ପ୍ରତି ବର୍ଷ ମେ ୨୧କୁ ଲବଣ ସତ୍ୟାଗ୍ରହ ସ୍ମୃତି ଦିବସ ଭାବେ ପାଳନ କରାଯାଏ ।ଏହି ଉସôବ କୁ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଉକôଳ ସଂଗ୍ରାମୀ ସ୍ମୃତି ସମିତି ପକ୍ଷରୁ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଏହି ଉସôବକୁ ଶୃଙ୍ଖଳିତ ଓ ସୂଚାରୁରୂପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଲବଣ ସତ୍ୟାଗ୍ରହର ସଂଗ୍ରାମୀମାନଙ୍କୁ ଉଚିତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେବାର ଏହା ଏକ ଶୁଭ ଅବସର । ଆମ ଆଗାମୀ ପିଢି ଏହି ସତ୍ୟାଗ୍ରହ ସମ୍ପର୍କରେ ଅବଗତ ହେବା, ସଂଗ୍ରାମୀ ମାନଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ ସମ୍ପର୍କରେ ଅବଗତ ହେବା ଆବଶ୍ୟକ ବୋଲି ସେ କହିବା ସହ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଦିଆ ଯାଉଛି ତାହାକୁ ନିର୍ଦ୍ଧାରିତ ସମୟରେ ସମାପନ ପାଇଁ ସେ ନିଦେ୍ର୍ଦଶ ଦେଇଥିଲେ ।
ଉକôଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ ପଟ୍ଟନାୟକ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିବିଧ ପ୍ରସ୍ତାବ ମାନ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପ ନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା ସମସ୍ତଙ୍କୁ ସ୍ୱାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଆରତୀ ନାଏକ, ଉପାଧ୍ୟକ୍ଷ ଦୁର୍ଜୟ ମିଶ୍ର, ଜଗତସିଂହପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ସଂଗ୍ରାମୀ ସ୍ମୃତି ସମିତିର କର୍ମକର୍ତ୍ତା, ଲୋକ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ନିଷ୍ପତ୍ତି ଅନୁସାରେ ମେ ୨୧ ତାରିଖ ପ୍ରାତଃ ରୁ ରାମଧୂନ ପରିବେଷଣ, ସକାଳ ୭ ଘଟିକା ରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ଫଳକରେ ମାଲ୍ୟାର୍ପଣ, ସକାଳ ୮ ଘଟିକାରେ କୁହୁଡି ସ୍ମୃତି ପୀଠରେ ମାଲ୍ୟାର୍ପଣ ଓ ଜାତୀୟ ପତାକା ଉତ୍ତୋଳନ, ସଭା ଓ ସମ୍ବର୍ଦ୍ଧନା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।