ବ୍ଲକର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ : ବିଧାୟକ ପଡି ରହିଥିବା ପ୍ରକଳ୍ପ ସାରିବାକୁ ନିଦେ୍ର୍ଦଶ
ପଟ୍ଟାମୁଣ୍ଡାଇା : ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁଓ ବହୁ ସରକାରୀ ଯୋଜନା ମନ୍ଥର ଗତିରେ ଚାଲୁଥିବା ଓ ଅନେକ ପ୍ରକଳ୍ପରେ ସରକାରୀ ଅନୁଦାନ ବିନିଯୋଗ ନହୋଇ ପଡି ରହିଥିବା ସମ୍ପର୍କରେ ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ବ୍ଲକର ବିକାଶକୁ ଅଧିକ କ୍ଷୀପ୍ର ଗତିରେ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ଓ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯ଟି ପଞ୍ଚାୟତରେ କାର୍ଯକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସରକାରୀ ଅନୁଦାନ ବିନିଯୋଗ ନହୋଇ ପଡି ରହିଥିବା ପ୍ରକଳ୍ପଗୁଡିକୁ ତୁରନ୍ତ ସାରିବାକୁ ବିଧାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ଓ ସମୀକ୍ଷା ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ବିଡ଼ିଓ ଅଶୋକ ମହାନ୍ତି, ସହକାରୀ ଯନ୍ତ୍ରୀ ବିନୟ ମିଶ୍ର, ପ୍ରସନ୍ନ ରାଉତ, ରତ୍ନେଶ ପାଣ୍ଡେ, ବିଶ୍ୱଜିତ ମିଶ୍ର, ନିର୍ମଳ ଜେନା ଓ ବ୍ଲକ ଉନ୍ନୟନ ବିଭାଗ ଅଧିକାରୀ ପ୍ରଭାତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ଓ ସରକାରୀ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ପରେ ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଞ୍ଚାାୟତ ସରପଞ୍ଚ ଓ ସମିତି ସଭ୍ୟ ବିଶେଷ କରି ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ, ଅରଡ଼ ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା, ବଡ଼ମୋହନପୁର ସରପଞ୍ଚ ଯଶୋମତି ରାଉତ ଶାସନ ସରପଞ୍ଚ ସଂଗ୍ରାମ ବାରିକ, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ପ୍ରମୁଖ ବହୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ଓ ଶେଷରେ ବ୍ଲକ ଅଧକ୍ଷ ଶ୍ରୀସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।