‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମ

 ବଲାଙ୍ଗୀର: ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ହାଇସ୍କୁଲ ପରିସରରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ "ଆମ ସଂସ୍କୃତି ଆମ ଖେଳଣା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପଞ୍ଚସଖା ସେତୁ ଅଭିଯାନର ସଭାପତି ଅନନ୍ତ ବିଶ୍ୱାଳ ମୁଖ୍ୟଅତିଥି, ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ମୁଖ୍ୟବକ୍ତା ଭାବେ ଉସôବରେ  ଯୋଗ ଦେଇଥିଲେ । "ଆମ ସଂସ୍କୃତି ଆମ ଖେଳଣା" କାର୍ଯ୍ୟକ୍ରମ ସଂସ୍କୃତିର ସୁରକ୍ଷା ଓ ପୁନରୁଦ୍ଧାର କ୍ଷେତ୍ରରେ ଏକ ସମୟୋପଯୋଗୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ । ମାଟିରେ ଖେଳଣା ତିଆରି କରିବା ଦ୍ୱାରା ପିଲାମାନଙ୍କର ହାତର କୌଶଳ ଓ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଆମ ସଂସ୍କୃତିରେ ଖେଳଣାର ମହତ୍ତ୍ୱ ଓ ଶିକ୍ଷଣୀୟ କାର୍ଯ୍ୟରେ ତାର ବ୍ୟବହାର ବିଷୟରେ କହିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ତିଆରି ବିଭିନ୍ନ ପ୍ରକାରର ସଂସ୍କୃତି ଆଧାରିତ ଖେଳଣା ପ୍ରଦର୍ଶନ କରାଯାଇଥିଲା । ବିଚାରକ ଭାବେ ପ୍ରମୋଦ ବିଶ୍ୱାଳ, ପ୍ରଦୀପ ଦଣ୍ଡସେନା,କାହ୍ନୁଚରଣ ଧରୁଆ,ରଶ୍ମୀତା ନନ୍ଦ,ସୁଭାଷିନୀ ସେଠୀ,ପ୍ରଜ୍ଞା ପରମିତା ଖୁଆସ ଯୋଗ ଦେଇଥିଲେ । ଏହି ଅବସରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ରଞ୍ଜିତ ମିଶ୍ର କରିଥିବା ବେଳେ ଶିକ୍ଷୟିତ୍ରୀ ନୀରୋତମା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।