ପୁଲିସର ଆକ୍ରମଣକୁ ସୁକିନ୍ଦା ବିଜେଡିର ନିନ୍ଦା
ଯଖପୁରା : ବାଲେଶ୍ୱର ଏଫ୍ଏମ କଲେଜଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଗତ ୧୬ ତାରିଖ ବିଜେଡି ତରଫରୁ ଲୋକସେବା ଭବନ ଘେରାଉ ବେଳେ ରାଜ୍ୟ ସରକାର ଇଙ୍ଗିତରେ ପୁଲିସ ଆକ୍ରମଣକୁ ସୁକିନ୍ଦା ବିଜେଡ଼ି ପକ୍ଷରୁ ନିନ୍ଦା କରାଯାଇଛି । ପୁଲି ଆକ୍ରମଣରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼ାଇ ଓ ନାରୀ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ଆହତ ହୋଇ ଚିକିସôିତ ଅଛନ୍ତି । ଏହାର ପ୍ରତିବାଦରେ ସୁକିନ୍ଦା ବିଜେଡି ତରଫରୁ ଏକ ନିନ୍ଦା ପ୍ରସ୍ତାବ ରଖାଯାଇଥିଲା । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଆକ୍ରମଣ ହୋଇଥିବାରୁ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଥିଲା । ଆଗାମୀ ଦିନରେ ଏହାର ଜବାବ ଯାଜପୁର ବାସୀ ଦେବେ ବୋଲି ଆଜି ଦାନଗଦୀ ଠାରେ ଆୟୋଜିତ ବୈଠକରେ ମତ ପ୍ରକାଶ କରିଥିଲେ । ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ବାଲେଶ୍ୱର ସାଂସଦଙ୍କ ଇସ୍ତଫା ଦେବାକୁ ଦାବି କରିଥିଲେ ।