ଲୋକଙ୍କ ଅଭିଯୋଗ ଶୁଣିଲେ ସାଂସଦ

 ସିଂହପୁର : ବିଞ୍ଝାରପୁର ବିଜେପି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ସୁସ୍ଥ ରଖିବା ଲକ୍ଷ୍ୟରେ ବ୍ଲକ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ସ୍ଥାନୀୟ ମହିଳାମାନଙ୍କୁ ବୃକ୍ଷ ପ୍ରଦାନ କରିବା ସହ ନିଜେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷରୋପଣ କରିଥିଲେ । ପରେ ସାଂସଦ ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ । ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକେ ସାଂସଦଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ଜିଲ୍ଲା ମହିଳା ସଭାନେତ୍ରୀ ବବିତା ମଲ୍ଲିକ, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ନିରଞ୍ଜନ ବେହୁରିଆଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।