ଲୋକନାଥ ମନ୍ଦିରରେ ଶୀତଳ ଷଷ୍ଠୀ

ରସୁଲପୁର : ଏହି ବ୍ଲକ ପହଙ୍ଗା ପଞ୍ଚାୟତର ରାଉତରାପୁର ଗ୍ରାମରେ ଥିବା ଲୋକନାଥ ମନ୍ଦିରରେ ଶୀତଳ ଷଷ୍ଠୀପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ଶିବବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ  ରୁଦ୍ରାଭିସେକ, ହୋମଯଜ୍ଞ ଅନୁଷ୍ଠିତ ହେବାପରେ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ବିବାହ ଉତ୍ସବ ହୋଇଥଲା । କନ୍ୟାପିତା ଗିରିଧାରୀ ପ୍ରଧାନ ହୋଇଥିବା ବେଳେ ରଙ୍ଗାଧର ବ୍ରହ୍ମ ବର ପିତା ଭାବେ ଯୋଗଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ବାଦ୍ୟ, ରୋଷଣୀ, ଘଣ୍ଟ ଓ ମନ୍ତ୍ରଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ଏନେଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରିବା ସହ ବରଯାତ୍ରୀ ଯୋଗଦେଇ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ପ୍ରସାଦ ସେବନ ପାଇଁ ଆୟୋଜନ କରାଯାଇଥିଲା ।  ପୂଜା ଉତ୍ସବରେ ନିଜକୁ ସାମିଲ କରି ଶାନ୍ତି ଶ୍ରୁଙ୍ଖଳା ଦାୟିତ୍ୱ ନେଇଥିବା ସଭ୍ୟମାନେ ପ୍ରମୋଦ ସାହୁ, କୁନ ସାହୁ, ଭାସ୍କର ଘଡାଇ, ଗଣେଶ୍ୱର ସାହୁ ବିଜୟ ସାହୁ ଆଶିଷ ରାଉତ, ବାଦଲ ସାହୁ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ ।