ମହିଳା ରୋଗୀଙ୍କୁ ନିଶା ଦେଇ ଜୁନିଅର ଡାକ୍ତରଙ୍କ ଅସଦାଚରଣ

କଟକ : କୋଲକତାର ଆର୍‌ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରେ ଜଣେ ମହିଳା ରୋଗୀଙ୍କୁ ନିଶା ଦେଇ ଜଣେ ଜୁନିଅର ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ରୋଗୀ ଜଣକ କାର୍ଡିଓଲୋଜି ବିଭାଗକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଇକୋ ପରୀକ୍ଷା ସମୟରେ ତାଙ୍କୁ ନିଶା ଦେଇ ଅସଦାଚରଣ କରାଯାଇଛି। ଅନ୍ୟପକ୍ଷେ ଅଭିଯୁକ୍ତ ଜୁନିଅର ଡାକ୍ତର ଜଣକ ନିସ୍ତୁକ ମାଡ଼ ଖାଇ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତ ରବିବାର ଏସସିବି କାର୍ଡିଲୋଜି ବିଭାଗରେ ଇସିଜି ଓ ଇକୋ ପାଇଁ ଜଣେ ମହିଳା ଡାକ୍ତର ଆସିଥିଲେ। ସେଠାରେ ଥିବା ଜଣେ ଜୁନିଅର ଡାକ୍ତର ଜଣକ ତାଙ୍କର ବିଭିନ୍ନ ପରୀକ୍ଷା କରାଇଥିଲେ। ହେଲେ ଇକୋ କରିବା ସମୟରେ ଆନେସ୍ଥେସିଆ ଦେଇ ଜୁନିଅର ଡାକ୍ତର ତାଙ୍କୁ ଅସଦାଚରଣ କରିଥିଲେ।