ଲୋକାର୍ପିତ ପୂର୍ବରୁ କ୍ଷତିଗ୍ରସ୍ତ ଉଦନ୍ତୀ ମହୋତ୍ସବ ମଞ୍ଚ

 ନୂଆପଡା : ଘର ନ ପସୁଣୁ ମୁଣ୍ଡରେ ଚାଳ ବାଜିଲା । ଏହି ଲୋକକଥାର ଅର୍ଥ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ଏହି ପରିସ୍ଥିତି ଉପୁଜିଛି, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟରେ । ସୂଚନା ମୁତାବକ ଦୀର୍ଘବର୍ଷ ଧରି ସିନାପାଲି ଅଞ୍ଚଳର ସାଂସ୍କୃତିକ, ପ୍ରାକୃତିକ, ଆଧ୍ୟାତ୍ମିକ ଓ ଲୋକକଳା ଏବଂ ଲୋକ ସାହିତି୍ୟକ ଐତିହକୁ ଚିରଞ୍ଜିବୀ କରିବାପାଇଁ ଆରମ୍ଭ ହୋଇଥିଲା ଉଦନ୍ତୀ ମହୋସôବ ସିନାପାଲି । ଉଦନ୍ତୀ ମହୋତ୍ସବ ଆୟୋଜନ କରିବା ପାଇଁ ସିନାପାଲି ଅଞ୍ଚଳର ଜନସାଧାରଣଙ୍କ ମନରେ ଅପାର ଆଗ୍ରହ ରହୁଥିବାବେଳେ ଉଦନ୍ତୀ ମହୋସôବ ଆୟୋଜନ କରିବା ପାଇଁ ସଦର ସିନାପାଲି ଠାରେ ସ୍ଥାୟୀ ପଡିଆ କିମ୍ବା ସ୍ଥାୟୀ ମଞ୍ଚର ଅଭାବ ଯୋଗୁଁ ଅନ୍ୟଙ୍କୁ ଅନୁମତି ମାଗି ତାଙ୍କ ଯାଗାରେ ଏତେବଡ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡୁଥିଲା । ସିନାପାଲି ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ଉଦନ୍ତୀ ମହୋତ୍ସବ ସିନାପାଲି ଆୟୋଜନ ସକାଶେ ସ୍ଥାୟୀ ମଞ୍ଚ ପାଇଁ ୨୦୨୩ -୨୦୨୪ ବର୍ଷ ରାଜ୍ୟସଭା ସାଂସଦ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ଅନୁଦାନ ପ୍ରାପ୍ତ ହୋଇଥିଲା । ଏହି ଉଦନ୍ତୀ ମହୋତ୍ସବ ମଞ୍ଚ ସିନାପାଲି କଲେଜ ସମ୍ମୁଖ, ଧାନମଣ୍ଡି ନିକଟବର୍ତ୍ତି ବ୍ଲକ ସଦର ଷ୍ଟାଡିୟମ ହେବାପାଇଁ ଚିହ୍ନଟ ହୋଇଥିବା ପଡିଆରେ ସିନାପାଲି ବ୍ଲକ୍ ପ୍ରଶାସନଙ୍କ  ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଛି । ଏହି ଉଦନ୍ତୀ ମହୋତ୍ସବ ମଞ୍ଚ ଲୋକାର୍ପିତ ହେବା ପୂର୍ବରୁ  ଭାଙ୍ଗିରୁଜି ଦୟନୀୟ ପରିସ୍ଥିତିକୁ ଚାଲିଛି । ଏହି ଅବ୍ୟବସ୍ଥାକୁ ଦେଖି ସ୍ଥାନୀୟ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜନସାଧାରଣଙ୍କ ଏହି ସମ୍ବେଦନଶୀଳ ଚର୍ଚ୍ଚାକୁ ଭିତ୍ତିକରି ଦାୟୀତ୍ୱବାନ ଜନପ୍ରତିନିଧି ଭାବରେ  ସମିତିସଭ୍ୟ ସିନାପାଲି ପଞ୍ଚାୟତ ମନିସ ପଟେଲ ଜନସାଧାରଣଙ୍କ ପ୍ରତିନିଧି ଭାବେ ଏହି ବିଷୟକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଇ ଏହି ମହାଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଯେଉଁମାନେ ଏହି ଦୁର୍ନୀତିରେ ସଂପୃକ୍ତ  ରହିଛନ୍ତି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯାଉ । ନହେଲେ ଏହି ମହାଦୁର୍ନୀତିକୁ ନେଇ ସିନାପାଲି ଅଞ୍ଚଳର ଜନସାଧାରଣ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବେବୋଲି କଡା ଚେତାବନି ଦେଇଛନ୍ତି । ଏବେ ଦେଖିବାର ଅଛି ଏହି ଦୁର୍ନୀତିର ତଦନ୍ତ  କେବେ ହେବ