ଶବ୍ଦ ପ୍ରଦୂଷଣକାରୀ ବାଜାବାଣ ଉପରେ କଟକଣା
ବାଲୁଗାଁ : ଅଗ୍ରପୂଜ୍ୟ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା ଲାଗି ବାଲୁଗାଁ ଓ ବାଣପୁର ସହର ଓ ଗ୍ରାମାଞ୍ଚଳରେ ସଜବାଜ ହେଲାଣି । ଏହି ଦୁଇ ଛୋଟ ସହର ଓ ଅଖପାଖ ଗ୍ରାମଗୁଡିକରେ ଅତି କମରେ ପଚାଶରୁ ଉର୍ଦ୍ଧ ଗଣେଶଙ୍କ ମେଢ଼ ପୂଜା ହେବ । ଏଥି ନିମନ୍ତେ ବାଲୁଗାଁ ପୁଲିସ ଆନୁକୂଲ୍ୟରେ ଏକ ବୈଠକ ଡକାଯାଇ ଉପଖଣ୍ଡଧିକାରୀ ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ବାଲୁଗାଁ ଓ ବାଣପୁର ଅଞ୍ଚଳର ପୂଜା କମିଟି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ନିୟମ ଅନୁଯାଇ ପୂଜା କମିଟିମାନେ ଶାନ୍ତିଶୃଙ୍ଖଳାର ସହିତ ପୂଜା ଓ ଭସାଣି ପାଇଁ ପୂର୍ବରୁ ଅନୁମତି ନବା ସହିତ ବିସର୍ଜନ କାର୍ଯ୍ୟକୁ ରାତି ଦଶ ଘଟିକା ମଧ୍ୟରେ ସାରିବା ପାଇଁ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା । ଶବ୍ଦ ପ୍ରଦୂଷଣକାରୀ ବାଜା ଓ ବାଣ ସମ୍ପୂର୍ଣ କଟକଣା ମଧ୍ୟରେ ରହିବ । ଖିଲାପକାରୀଙ୍କୁ ଆଇନାନୁଯାଇ ଦଣ୍ଡିତ କରାଯିବର ନିଷ୍ପତ୍ତି ଗ୍ରହଣ କରାଯାଇଛି ।