ରେଳ ମଣ୍ଡଳରେ ସାଂସ୍କୃତିକ କାର୍ଯ୍ୟକ୍ରମ

 ଜଟଣୀ : ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ପ୍ରତି ଖୋର୍ଦ୍ଧା ରୋଡସ୍ଥିତ କନଫରେନ୍ସ ହଲ୍ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଯୋଗଦାନ କରିଥିବା ବେଳେ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଭିତ୍ତିଭୂମି) ତଥା ରେଳ ମଣ୍ଡଳ ସାଂସ୍କୃତିକ ସଂଗଠନର ସଭାପତି ଶୁଭ୍ରଜ୍ୟୋତି ମଣ୍ଡଳ ଏବଂ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ (ପରିଚାଳନା) ପ୍ରଦୀପ କୁମାର ବେହରା ଉପସ୍ଥିତ ଥିଲେ  । କାର୍ଯ୍ୟକ୍ରମକୁ ରେଳମଣ୍ଡଳର କାର୍ମିକ୍ ଅଧିକାରୀ ତଥା ସାଂସ୍କୃତିକ ସଂଗଠନର ସଚିବ ପ୍ରମୋଦ କୁମାର ବେହେରା ଏବଂ ସହକାରୀ କାର୍ମିକ ଅଧିକାରୀ ତପସ୍ୱିନୀ ମହାନନ୍ଦିଆ ସଂଯୋଜନା କରିଥିଲେ । ଜଟଣୀର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀର ଚିନ୍ମୟୀ ମହାନ୍ତି ଏବଂ ତାଙ୍କ ଦଳ ଏକ ମନୋରମ ପ୍ରଦର୍ଶନୀ ଉପସ୍ଥାପନ କରିଥିଲେ ।