ଶାଶୁଙ୍କ ବିରୋଧରେ ବୋହୂ ଆଣିଲେ ନିର୍ଯ୍ୟାତନା ଅଭିଯୋଗ
ଭୁବନେଶ୍ୱର, ୧୩ା୧୧ : ରାଜଧାନୀରେ ସୁନା ଦୋକାନ ବିବାଦକୁ ନେଇ ଶାଶୁ ଘର ଲୋକ ବୋହୂ ଉପରେ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବୋହୂ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଥାନା ଅଞ୍ଚଳରେ । ଅଭିଯୋଗକାରିଣୀ ବୋହୂ ଜଣଙ୍କ ତାଙ୍କ ଦେଢ଼ସୁରଙ୍କ ସୁନା ଦୋକାନ ଆଗରେ ହଙ୍ଗାମା କରିବା ସହ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । କାରଣ ସ୍ୱାମୀଙ୍କ ମୃତୁ୍ୟ ପରେ ଶାଶୁଘର ଲୋକ ନିର୍ଯ୍ୟାତନା ଦେବା ସହ ତାଙ୍କ ସ୍ୱାମୀ ବୁଝୁଥିବା ସୁନା ଦୋକାନ ଖୋଲିବାକୁ ଦେଉନଥିବା ଅଭିଯୋଗ ଆଣିଲେ ପନôୀ ରଞ୍ଜିତା ନାୟକ ।
ସୂଚନା ଯୋଗ୍ୟଯେ, ବଡ଼ଭାଇ ନାରାୟଣ ନାୟକ ଭୁବନେଶ୍ୱରରେ ଥିବା ତାଙ୍କ ପାରିବାରିକ ସୁନା ଦୋକାନ ଚଳାଉ ଥିବାବେଳେ, ସାନ ଭାଇ ସତ୍ୟବ୍ରତ କଟକରେ ଥିବା ପାରିବାରିକ ସୁନା ଦୋକାନ କଥା ବୁଝୁଥିଲେ । ହେଲେ କିଛିଦିନ ତଳେ ସାନ ଭାଇ ସତ୍ୟବ୍ରତଙ୍କ ହାର୍ଟ ଆଟାକରେ ତାଙ୍କର ମୃତୁ୍ୟ ଘଟିଥିବା ବେଳେ, ତା ପରବର୍ତ୍ତୀ ସମୟରେ ତାଙ୍କ ପନôୀ ସେହି ଦୋକାନ ଚଲେଇ ନିଜ ପେଟପାଟଣା ପୋଷିବା ସହ ପିଲାଙ୍କ ଭବିଷ୍ୟତ ସୁଧାରିବାକୁ ଯୋଜନା କରିଥିଲେ । ହେଲେ ସ୍ୱାମୀଙ୍କ ମୃତୁ୍ୟ ପରେ ଶାଶୁଘର ଲୋକ ତାଙ୍କ ପରିବାର କଥା ନବୁଝିବା ସହ ଚଳିବା ପାଇଁ କୌଣସି ଆର୍ଥିକ ସୁବିଧା ଦେଉନଥିବା ଓ କଟକ ଦୋକାନ ଖୋଲିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି ରଞ୍ଜିତା । ଏନେଇ ଥାନା ଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେ ଭୁବନେଶ୍ୱରରେ ଥିବା ଦେଢ଼ସୁରଙ୍କ ଥାନା ନୟାପଲ୍ଲୀ ଅଞ୍ଚଳର ସୁନା ଦୋକାନକୁ ଆସିଥିଲେ । ସୁନା ଦୋକାନ ଆଗରେ ପରିବାର ଲୋକଙ୍କ ବିବାଦ ଉଗ୍ର ରୂପ ନେଇଥିବା ବେଳେ, ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି । ଏନେଇ ମହିଳା ଜଣଙ୍କ ଥାନା ଅଭିଯୋଗ କରିଥିବା ଜଣାପଡ଼ିଛି ।