ଆଲବମ କୁଇନଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୪ା୧୨ : ଆଲବମ୍ରେ ନାୟକ ନାୟିକା ଭୂମିକାରେ ଅଭିନୟ କରୁକରୁ ପ୍ରେମ ହୋଇଗଲା । ପରେ ପ୍ରେମ ଧୀରେଧୀରେ ନିବିଡ ହେବାରେ ଲାଗିଲା । ଏମିତିକି କଥା ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ପହଞ୍ଚିଗଲା । ମାତ୍ର ଏହାପରେ ସେମାନଙ୍କ ପ୍ରେମରେ ପଡିଲା ଫାଟ । ପରେ  କଥାଟି ଶେଷରେ ଥାନାକୁ ଯିବା ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣା ଟି ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । କାରଣ ନାୟିକା ଜଣକ ପ୍ରେମିକର ଜୀବନ ନାୟିକା ହେବାକୁ ଚାହୁଥିବା ବେଳେ ଧୋକାଦେଇଥିଲା ପ୍ରେମିକ । ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟକରି ଶେଷରେ ପ୍ରେମିକାର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିଦେଲା । ଏମିତି ଏକ ଅଭିଯୋଗକୁ ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ ବିକି ବାରିକକୁ ଜଟଣୀ ଅଞ୍ଚଳରୁ ଗିରଫ କରିଛି । ତା’ଠାରୁ ଏକ ମୋବାଇଲ ଜବତ କରାଯିବା ସହ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।
 ସୂଚନା ଯୋଗ୍ୟଯେ, ଅଭିଯୁକ୍ତ ବିକି ଓ ଅଭିଯୋଗକାରିଣୀ ଆଲବମ୍ରେ କାମ କରନ୍ତି । ସେମାନେ ପ୍ରାୟ ୨୦ରୁ ଅଧିକ ଆଲବମ୍ରେ ନାୟକ ନାୟିକା ଭୂମିକାରେ ଏକାଠି ଆସିଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁସାରେ ସେମାନେ ପରସ୍ପରକୁ ଭଲ ପାଇବସିଥିଲେ । ମାତ୍ର ବିକି ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ତେଣୁ ଅତିଷ୍ଠ ହୋଇ ସେ ବିକି ନିକଟରୁ ଦୂରେଇ ଯିବା ଆରମ୍ଭ କରିଥିଲେ ଏବଂ ବିବାହ ନ କରି ଶାରୀରିକ ସମ୍ପର୍କ ରଖିବାକୁ ରୋକ୍ ଠୋକ ମନା କରି ଅଭିଯୁକ୍ତ ଠାରୁ ଦୂରେଇ ରହୁଥିଲେ । ମାତ୍ର ଅଭିଯୁକ୍ତ ବିକି ତାଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ କରିବ ବୋଲି ବାରମ୍ବାର ବ୍ଲାକ୍ମେଲ୍ କରୁଥିଲା । ଭାଇରାଲ ଭୟରେ ଯୁବତୀ ଜଣଙ୍କ ପୁଣି ବିକି ସହ ପୁଣି ମିଳାମିଶା କରିଥିଲେ ଏବଂ ବାହା ହେବାକୁ ଅଡି ବସିଥିଲେ । କିନ୍ତୁ କ୍ୟାରିୟର ପାଇଁ ଅଭିଯୁକ୍ତ ବିକି ବାହା ହେବାକୁ ମନା କରିଦେଇଥିଲା । ତେଣୁ ଯୁବତୀ ଆଉ ବିକି ସହ ମିଳାମିଶା କରିନଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବିକି ଯୁବତୀଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଇଥିଲା ।