ଶିକ୍ଷକଙ୍କ ଡେପୁଟେସନରେ ଅନିୟମିତତା : ବିଇଓଙ୍କୁ ଡିଇଓଙ୍କ ନୋଟିସ୍
ବଡ଼ସାହି : ବଡ଼ସାହି ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ ଚିଠି ଅନୁସାରେ ଛେଳିଆ ସ୍କୁଲର କାର୍ଯ୍ୟରତ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଜେନାଙ୍କୁ ମାଧପୁର ନୋଡାଲ ହାଇସ୍କୁଲକୁ ଡେପୁଟେସନ କରାଯାଇଥିଲା । ଉକ୍ତ ମାଧପୁର ନୋଡାଲ ହାଇସ୍କୁଲର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂର୍ବରୁ ପର୍ଯ୍ୟାୟ କ୍ରମେ ସିଆରସିସି ସହିତ ବିଭିନ୍ନ ସ୍କୁଲକୁ ଡେପୁଟେସନ୍ରେ ପଠାଯାଇଛି । ଉକ୍ତ ଖାଲି ପଦକୁ ପୂରଣ କରିବାକୁ ଯାଇ ବ୍ଲକ୍ ଶିକ୍ଷାଧିକାରୀ ଅନିୟମିତ ତଥା ବେନିୟମ ଭାବେ କାର୍ତ୍ତିକ ଚନ୍ଦ୍ର ଜେନାଙ୍କୁ ମାଧପୁର ସ୍କୁଲକୁ ଡେପୁଟେସନ୍ କରାଯାଇଥିବା ଦର୍ଶାଇ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ । ଏଥିସହିତ ଉକ୍ତ ଅନିୟମିତ ଡେପୁଟେସନ୍ ସମ୍ପର୍କରେ ଗତ ୧୬ ତାରିଖରେ ସମ୍ବାଦ ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିନେଇ ଜିଲ୍ଲା ଶିକ୍ଷାଧିକାରୀ ବଡ଼ସାହି ବ୍ଲକ୍ ଶିକ୍ଷାଧିକାରୀଙ୍କୁ କୈଫିୟତ ତଲବ କରିଛନ୍ତି । ଏଥିସହିତ କେତେଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କେଉଁ ସ୍କୁଲରୁ କେଉଁ ସ୍କୁଲକୁ ଡେପୁଟେସନ କରାଯାଇଛି ତାର ସମସ୍ତ ତାଲିକା ପ୍ରଦାନ କରିବାକୁ ୪୩୨୭/୧୯.୪.୨୫ ଚିଠି ନମ୍ୱରରେ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।