ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ତାଳଚେର : ସନ୍ଥପଡା ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଉଷାରଣୀ ପଣ୍ଡାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅଜୟ ମହାନ୍ତି ମୁଖ୍ୟବକ୍ତା ଏବଂ କନିଷ୍ଠ ଶିକ୍ଷକ ସଂଘ ସମ୍ପାଦକ ନିରୋଦ ଦାସମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀମତୀ ପଣ୍ଡା ତାଳଚେର ନିୟମିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ହେଲେ ମଧ୍ୟ ସବୁବେଳେ ତାଳଚେରରେ ଥିବା ସମସ୍ତ ଶିକ୍ଷକ ସଙ୍ଘକୁ ଏକଜୁଟ କରି ରଖିବାକୁ ପ୍ରୟାସ ଜାରି ରଖିଥିଲେ । ତାଙ୍କ ଭଳି ଜଣେ ଦକ୍ଷ ନେତୃତ୍ୟକୁ ସବୁଦିନ ପାଇଁ ତାଳଚେର ଶିକ୍ଷକ ସଙ୍ଘ ମନେ ରଖିବ ଏବଂ ତାଙ୍କର ଦିଗଦର୍ଶନ ଲୋଡ଼ିବ ବୋଲି ଶ୍ରୀଯୁକ୍ତ ଦାସମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ସହିତ ସୁସମ୍ପର୍କ ରକ୍ଷାକରି ସେ ଶିକ୍ଷକଙ୍କ ସମସ୍ୟା ଆଲୋଚନା କରି ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖୁଥିଲେ ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତ୍ୟବରେ ପ୍ରକାଶ କରିଥିଲେ । ସ୍କୁଲ ସହକାରୀ ଶିକ୍ଷକ ତଥା ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।