ଯୌତୁକ ପାଇଁ ବଧୂହତ୍ୟା ନ୍ୟାୟ ଦାବିରେ ଥାନାରେ ବାପା
ଭଦ୍ରକ : ବନ୍ତ ବ୍ଲକ ଅଧୀନସ୍ଥ ମାଳତିରା ଗ୍ରାମର ରବୀନ୍ଦ୍ର ପଣ୍ଡାଙ୍କ ଝିଅ ରଶ୍ମିତା ପଣ୍ଡା ୫ ବର୍ଷ ତଳେ ଘସିପୁରା ଥାନା ଅଧୀନସ୍ଥ ଝାଡ଼ଖଣ୍ଡି ଗ୍ରାମର ଲକ୍ଷ୍ମୀଧର ପଣ୍ଡାଙ୍କ ପୁଅକୁ ବୈଦିକ ରୀତି ନୀତିରେ ବିବାହ କରିଥିଲେ । କିଛି ଦିନ ଉଭୟଙ୍କ ମଧ୍ୟରେ ସୁ ସମ୍ପର୍କ ଚାଲିଥିଲା । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ୍ୟ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଶିବାନନ୍ଦ ଏବଂ ତାର ପରିବାର ଲୋକେ ରଶ୍ମିତାକୁ ବାରମ୍ବାର ଯୌତୁକ ନିର୍ଯାତନା ଦେବା ସହିତ ଶାରୀରିକ ଓ ମାନସିକ ଅତ୍ୟାଚାର ମଧ୍ୟ କରୁଥିଲେ । ଏପରିକି କିଛି ଦିନ ତଳେ ରଶ୍ମିତାଙ୍କ ସ୍ୱାମୀ ଓ ତାଙ୍କ ଶଶୁର ଘର ଲୋକେ ଜୀବନରୁ ମାରିଦେବାକୁ ଯୋଜନା କରୁଥିବା ବେଳେ ରଶ୍ମିତା ଖସି ଯାଇ ଘସିପୁରା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପୁଲିସ ଉଭୟଙ୍କୁ ବୁଝା ସୁଝା କରିଥିଲ । ଗତ ୩ ଦିନ ତଳେ ସ୍ୱାମୀ ଶିବାନନ୍ଦ ଓ ତାର ପରିବାରର ସମସ୍ତ ସଦସ୍ୟ ମିଶି ରଶ୍ମିତାକୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି । ରଶ୍ମିତା ଗୁରୁତର ହେବାରୁ ସ୍ଥାନୀୟ ଘସିପୁରା ହସ୍ପିଟାଲକୁ ନିଆଯାଇଥିଲା ପରେ ସ୍ଥିତି ବିଗିଡି ବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠି ଚିକିତ୍ସାଧୀନ ଆବସ୍ଥାରେ ରଶ୍ମିତାଙ୍କ ପ୍ରାଣ ବାୟୁ ଉଡିଯାଇଲା । ମୃତ ରଶ୍ମିତାଙ୍କ ବାପା ରବୀନ୍ଦ୍ର ପଣ୍ଡା ଝିଅର ମୃତ ଶରୀରକୁ ଧରି ଘସିପୁରା ଥାନାରେ ନ୍ୟାୟ ଭିକ୍ଷା କରିବା ସହିତ ଦୋଷିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ରିପୋର୍ଟ- ହେନାମଞ୍ଜରୀ ସ୍ୱାଇଁ