ଗଜପତି କୃଷ୍ଣଚନ୍ଦ୍ର ନାରାୟଣଙ୍କ ଜୟନ୍ତୀ ପାଳିତ 

ନବରଙ୍ଗପୁର : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି  । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ  । ଏହି ସଭାରେ ସାହିତି୍ୟକ ବିଜୟ ଚୌଧୁରୀ, ଲେଖକ ନାରାୟଣ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ  । ଏହି ଅବସରରେ ମନୋଜ ବେହେରା ସଭା ସଞ୍ଚାଳନ କରିଥିବା ବେଳେ ତପନ ଖୁଣ୍ଟିଆ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଭୂମିକା, ସେ ସମୟରେ ଓଡ଼ିଶାର ଶିକ୍ଷା, ଭାଷା, ଶିଳ୍ପ, ଜଳସେଚନ ଓ କୃଷି ପ୍ରତି ତାଙ୍କର ବିଶେଷ ଅବଦାନ, ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁରାଗ, ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପ୍ରତି ଆଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ  । ଏହି ସଭାରେ ଅତିଥିମାନେ ନିଜ ବକ୍ତବ୍ୟରେ ଉକ୍ରଳ ସମ୍ମିଳନୀର ଗଠନ ଓ ମହାରାଜଙ୍କ ଯୋଗଦାନ, ବାଳିକା ଶିକ୍ଷା, ରାଜକୀୟ ଭୋଗ ବିଳାସ ପରିତ୍ୟାଗ କରି ଅର୍ଥକୁ ଜାତି ସେବାରେ ନିୟୋଜନ, ରାଜନୈତିକ ପୃଷ୍ଠଭୂମି, ଉକ୍ରଳ ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର, ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଓ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ରୂପେ କରିଥିବା ଯୋଗଦାନକୁ ସ୍ମୃତିଚାରଣ କରିଥିଲେ  । ଏଥିରେ ମନୋରମା ମାଝୀ, ପ୍ରଭାସିନୀ ମହାନ୍ତି, ସ୍ୱର୍ଣ୍ଣଲତା ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଜାହ୍ନ୍ନଭି ପଣ୍ଡା ପ୍ରମୁଖ ବକ୍ତବ୍ୟ ଦେଇଥିବା ବେଳେ ସହରର ବୁଦ୍ଧିଜୀବୀ, କବି, ଲେଖକଙ୍କ ସହ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବନୀ ରଞ୍ଜନ ତ୍ରିପାଠୀ, ପି. ରବିକାନ୍ତ ରଘୁରାମ, ରାମ ପ୍ରସାଦ ପାତ୍ର, ଦେବଦାସ ମହାକୁଡ଼, ଜଗନ୍ନାଥ ବେହେରାଙ୍କ ସହ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ  । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।