ଶିବପ୍ରସାଦ ଟ୍ରକ୍ ମାଲିକ ମହାସଂଘର ଉପସଭାପତି
ବୌଦ୍ଧ : ଶିବ ପ୍ରସାଦ ମିଶ୍ର ରାଜ୍ୟ ଟ୍ରକ ମାଲିକ ମହାସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଟ୍ରକ ମାଲିକ ସଂଘରେ ଏକ ସମ୍ବର୍ଦ୍ଧନା ସଭାରେ ସଂଘର ସଦସ୍ୟ ଅଜୟ ପଣ୍ଡା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ପଞ୍ଚଧାରା ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ କୃପାସିନ୍ଧୁ ବିଶ୍ୱାଳ ଯୋଗ ଦେଇଥିଲେ । ଜିଲ୍ଲା ଟ୍ରକ ମାଲିକ ସଂଘର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।