ଶିବ-ପାର୍ବତୀ ବିବାହ ଉତ୍ସବ

 ସାଲେପୁର : ସାହେଶ୍ୱରୀ ପୀଠରେ ଥିବା  ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠରେ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ସ୍ଥାପନ କରାଯାଇ ବାଜା, ବାଣ, ଘଣ୍ଟ ଘଣ୍ଟା ଶୋଭାଯାତ୍ରାରେ ଅଣାଯାଇ ସାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଉଭୟ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଯଥାରୀତିରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ କନ୍ୟା ପିତା ଭାବେ ମିହିର କୁମାର ଜେନା ଓ ବରପିତା ଭାବେ ବସନ୍ତ କୁମାର କର ନିଜର କାର୍ଯ୍ୟ ସଂପାଦନ କରିଥିଲେ । ପ୍ରଭୁ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମାକୁ ବିମାନରେ ବାହାର କରାଯାଇ ସାଲେପୁର ବଜାର ପରିକ୍ରମା କରାଯାଇ କନ୍ୟାଘର ସାହେଶ୍ୱରୀ ପୀଠରେ ପହଞ୍ଚôଥିଲା । ଏହି ଧାର୍ମିକ କାର୍ଯ୍ୟକ୍ରମରେ ମାନସ ରଂଜନ ସାାହୁ, ନିମାଇ ଚରଣ ବିଶ୍ୱାଳ, ବିଜୟ କେତନ ନାୟକ, ଡା.କିଶୋର କୁମାର ଦାସ, ସନାତନ ମହାପାତ୍ର, ମାନସ ରଂଜନ ଜେନା, ସନ୍ତୋଷ କୁମାର ରଣା ପ୍ରମୁଖ ବରଯାତ୍ରୀରେ ସାମିଲ ହୋଇଥିଲେ ।