ଶିଶୁ କନ୍ୟା ଦିବସ ପାଳିତ


ାା ପ୍ରଭାନୁ୍ୟଜ୍ ।ା ବୌଦ୍ଧ: ବୌଦ୍ଧ ସହର ସ୍ଥିତ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି । ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ପୁଅ ଝିଅ ସମସ୍ତ ଶିଶୁ ସମାନ, ସମସ୍ତେ ଭଲ ପାଠ ପଢିବା, ସ୍ୱାବଲମ୍ବୀ ହେବା, ଅନୁଶାସନ ପାଳନ କରି ସମୟାନୁ ବର୍ତ୍ତିତା ସହିତ ପରମ୍ପରାକୁ ବଜାୟ ତଖିବା, ହାତଧୋଇ ଖାଇବା, ମଶାରୀ ଟାଣି ଶୋଇବା ଓ ନିଜ ନିଜର ସ୍ୱପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅନିରୁଦ୍ଧ ପ୍ରଧାନ, ପ୍ରବିଜ୍ଞା ଦାଶ, ଘନଶ୍ୟାମ ମେହେର, ସୁଶାନ୍ତ ସିଂ ପ୍ରମୁଖ ବାଳିକା ମାନଙ୍କ ବିକାଶ ଉଦେ୍ଦଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଗେନେ୍ଦରା କୁଜୁର ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉଦଘାଟନ କରିଥିଲେ । ଉଦଘାଟନ ପର୍ଯ୍ୟାୟରେ ଅତିଥି ଭାବରେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ, ପୂର୍ଣ୍ଣଚନ୍ଦ୍ର ସାମଲ, ରାଜଲକ୍ଷ୍ମୀ ପଣ୍ଡା ଉପସ୍ଥିତ ଥିଲେ ।