ଶିଶୁ କନ୍ୟା ମୃତୁ୍ୟ ନେଇ ଉତ୍ତେଜନା ପ୍ରସଙ୍ଗ : ଡାକ୍ତରଙ୍କ ପକ୍ଷରୁ ପାଲଟା ମାମଲା
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଦୁଇଦିନ ପୂର୍ବେ ଏକ ନାବାଳିକା ଶିଶୁ କନ୍ୟା ମୃତୁ୍ୟ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହି ସମୟରେ ନାବାଳିକାର ପରିବାର ଲୋକେ ଚିକିସôାରେ ଅବହେଳା ହୋଇଥିବା ଅଭିଯୋଗ କରି ସପନ ଦିଣ୍ଡା ନାମକ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ତେବେ ଏହି ଘଟଣାକୁ ନେଇ ମୃତ ଶିଶୁ କନ୍ୟାର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ନିଜେ ଡ଼ଃ ସପନ କୁମାର ଦିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ବହୁ ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ଘଟଣା ଦିନ ସେ କୌଣସି ଭୁଲ କରି ନାହାନ୍ତି । ସଠିକ୍ ସମୟରେ ସେ ଉପସ୍ଥିତ ରହି ରୋଗୀ ସେବା ଯୋଗଉଥିବାବେଳେ ତାଙ୍କ ସହ ଦୁର୍ବ୍ୟବହାର ଓ ତାଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଆଜି ମଧ୍ୟ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଉକ୍ତ ଘଟଣାରେ ସମ୍ପୃକ୍ତ କିଛି ଯୁବକ ଚିକିସôାଳୟ ପରିସରରେ ପଟି ତୁଣ୍ଡ କରିବା ସହ ଦୁର୍ବ୍ୟବହାର କରିଛନ୍ତି । ତେଣୁ ଆଗକୁ ଯେପରି ଏହି ପରି ଘଟଣାର ପୁନରାବୃତି ନ ହୁଏ, ସେ ନେଇ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରି ଉଚିତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଡ .ଦିଣ୍ଡାଙ୍କ ସହ ଏହି ଅଭିଯୋଗ ପତ୍ର ଦେବା ସମୟରେ ଡ ପ୍ରଫୁଲ୍ଲ କୁମାର ବେହେରା, ସନ୍ତୋଷ ମିଶ୍ର ଓ ଅନ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହିଥିଲେ ।