ଶିଶୁ ମୃତୁ୍ୟ କ୍ଷତିପୂରଣ ଟଙ୍କା ହଡପ ଅଭିଯୋଗରେ ଯୁବକ ଅଟକ
କେନ୍ଦୁଝର: କେନ୍ଦୁଝର ସହରସ୍ଥ ପୁରୁଣାବଜାର ନିକଟସ୍ଥ ୨ନଂ ୱାର୍ଡ ମୁଣ୍ଡା ସାହିର ବାଇଧର ମୁଣ୍ଡାଙ୍କ ଶିଶୁ ପୁତ୍ରର କିଛି ଦିନ ତଳେ ପୋଖରୀରେ ବୁଡି ମୃତୁ୍ୟ ହୋଇଥିଲା । ସେଥିପାଇଁ କ୍ଷତିପୂରଣ ବାବଦରେ ବାଇଧର ମୁଣ୍ଡାଙ୍କ ପନôୀ ବାସନ୍ତୀ ମୁଣ୍ଡାଙ୍କ ଏକାଉଣ୍ଟକୁ ୪ଲକ୍ଷ ଟଙ୍କା ଆସିଥିଲା । ବାଇଧର ମୁଣ୍ଡା ଏବଂ ବାସନ୍ତୀ ମୁଣ୍ଡା ନିରକ୍ଷର ହୋଇଥିବାରୁ ଏହି ଅର୍ଥ ଆସିବା କଥା ଜାଣି ପାରିନଥିଲେ । କିନ୍ତୁ ଏହି କଥା ପଦ୍ମପୁରର ଦୂର୍ଯେ୍ୟାଧନ ପାତ୍ର ନାମକ ଜଣେ ଯୁବକ ଜାଣିପାରି ଡିସେମ୍ବର ୨୬ ତାରିଖ ଦିନ ବାସନ୍ତୀ ମୁଣ୍ଡାଙ୍କ ଘରକୁ ଯାଇ ମୋ ଭଉଣୀ ଭୁଲରେ ତମ ଏକାଉଣ୍ଟରେ ୨ଲକ୍ଷ ଟଙ୍କା ଡିପୋଜିଟ୍ କରି ଦେଇଛି, ମୋତେ ଫେରସ୍ତ କରି ଦିଅ ବୋଲି କହି ବାସନ୍ତୀ ମୁଣ୍ଡାଙ୍କୁ ବ୍ୟାଙ୍କକୁ ନେଇ ୫୦ହଜାର ଟଙ୍କା ଉଠାଇ ନେଇ ଯାଇଥିଲା । ଅନୁରୂପ ଭାବେ ଡିସେମ୍ବର ୨୭,୩୦ ଓ ୩୧ ତାରିଖ ପ୍ରତ୍ୟେକ ଦିନ ୫୦ ହଜାର ଟଙ୍କା ଲେଖାଏଁ ତାଙ୍କ ଏକାଉଣ୍ଟରୁ ଉଠାଇ ନେଇ ଯାଇଥିଲେ । ଲୋଭର ବଶବର୍ତ୍ତୀ ହୋଇ ପୁଣି ଫେବୃଆରୀ ୫ ତାରିଖ ବୁଧବାରପୁନଶ୍ଚ ୫୦ ହଜାର ଟଙ୍କା ଦେବା ପାଇଁ ବାସନ୍ତୀଙ୍କୁ କହିଥିଲେ । ପ୍ରକୃତରେ ଏହି ଅର୍ଥ ତାଙ୍କ ପୁତ୍ରର ମୃତୁ୍ୟ କ୍ଷତିପୂରଣ ପାଇଁ ମିଳିଛି ଓ ଏହା ଦୂର୍ଯେ୍ୟାଧନ ପାତ୍ର ଭଉଣୀର ଅର୍ଥ ନୁହେଁ ବୋଲି ଜାଣିପାରି ବାଇଧର ମୁଣ୍ଡା ଓ ତାଙ୍କ ସାହି ଲୋକ ଦୂର୍ଯେ୍ୟାଧନ ପାତ୍ରକୁ ଅଟକ ରଖିଥିଲେ । ଏ ସଂପର୍କରେ ପୋଲିସ ଖବର ପାଇ ଦୂର୍ଯେ୍ୟାଧନ ପାତ୍ରକୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଟକ ରଖି ଘଟଣାର ଅନୁସନ୍ଧାନ ଜାରି ରଖିଛି ।