ଶ୍ରମିକଙ୍କୁ ଠିକାଦାରଙ୍କ ଅକଥନୀୟ ଅତ୍ୟାଚାର : ପିଠିରେ ଗରମ ପାଣି ଢାଳିଦେଲେ
ସୋନପୁର: ଚୋରି ସନେ୍ଦହରେ ଶ୍ରମିକଙ୍କୁ ନିର୍ଯାତନା ଦେଇ ଦେହରେ ଗରମ ପାଣି ଢାଳିଦେଲେ ଠିକାଦାର । ଉଲୁଣ୍ଡା ବ୍ଳକ୍ ତଥା ବୀରମହାରାଜପୁର ଥାନା କ୍ଷେତିପଡ଼ା ସ୍ଥିତ ଠିକା ସଂସ୍ଥାର ସିମେଣ୍ଟ ଓ ଲୁହାଛଡ ଚୋରି ସନେ୍ଦହରେ କାର୍ଯ୍ୟରତ ଶ୍ରମିକ ଚିନ୍ମୟ ସ୍ୱାଇଁଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ପୀଡିତ ଶ୍ରମିକ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ବଡ଼କସିବାହାଲ ଗାଁର ବୋଲି ଜଣାପଡିଛି । ଦେହରେ ଗରମ ପାଣି ଢଳାଯାଇ ନିର୍ଯାତନା ଦିଆଯାଇଥିବାରୁ ଚିନ୍ମୟଙ୍କ ଦେହ, ମୁଣ୍ଡ ଓ ପିଠିରେ ପୋଟଳା ସୃଷ୍ଟି ହୋଇଥିବା ବେଳେ ୪ ଦିନ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଏନେଇ ଆକାଶଙ୍କ ସୁରକ୍ଷା କର୍ମୀ ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା କେନ୍ଦୁଡ଼ିହା ଗ୍ରାମର ଦିନେଶ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଆକାଶ ଫେରାର ଅଛି । ଅନ୍ୟ ଅଭିଯୁକ୍ତ ଗାଡ଼ିଚାଳକ ମଧ୍ୟ ଗିରଫ କରାଯାଇଛି । କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ଏହି ଦୁଇ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।