ସଡକ ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ ମୃତ

 ତାଳଚେର : ତାଳଚେର ଟାନ ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମ ପଂଚାୟତ ନିକଟସ୍ଥ ପେଟ୍ରୋଲପମ୍ପ ସମ୍ମୁଖ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ ମୃତୁ୍ୟ ବରଣ କରିଥିବା ଜଣାପଡିଛି  । ସୂଚନାଯୋଗ୍ୟ, ସମଲ ଶିଶୁ ମନ୍ଦିରର କାର୍ଯ୍ୟରତ ଆଚାର୍ଯ୍ୟ ମଦନ ସାହୁ ଓ ତାଙ୍କ ଧର୍ମପନôୀ ଲକ୍ଷ୍ମୀ ସାହୁ ଉଭୟ ମିଶି ହିରୋହୋଣ୍ଡା ମଟରସାଇକେଲରେ ତାଳଚେର ଅଂଚଳକୁ କୌଣସି ଏକ କାର୍ଯ୍ୟରେ ଆସିଥିଲେ  । ସେ ଘରକୁ ଫେରୁଥିବା ବେଳେ ଆଜି ମଧ୍ୟାନ୍ନ ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ଏବଂ ଘଟଣା ସ୍ଥଳରେ ଉଭୟଙ୍କର ମୃତୁ୍ୟ ଘଟିଥିବା ସ୍ଥାନୀୟ ଲୋକଙ୍କ ନିକଟରୁ ଜଣାପଡିଛି  ।  ଖବର ରରପ୍ରଚାରିତ ହେବାପରେ ତାଳଚେର ଟାଉନ ଥାନା ପୁଲିସ୍ ସେଠାରେ ପଂହଚି ଶବଜବତ କରିବା ସହ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲା  । ଆଜି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସେହି ଅଂଚଳରେ ଏକ ଦୁଃଖଦ ବାତାବରଣ ଖେଳିଯାଇଥିଲା  । ତେବେ ଏହି ଜାତୀୟ ରାଜପଥରେ ବାରମ୍ବାର ଏପରି ଘଟଣା ଘଟୁଥିଲେ ହେଁ ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ନେତା ଏହାକୁ ନେଇ ମୁହଁ ଖୋଲୁ ନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି  ।