ବଳଦେବଜୀଉଙ୍କ ପାଦଧୌତ ପୁଷ୍କରିଣୀ ସଫେଇ

କେନ୍ଦ୍ରାପଡା: କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ପାଦଧୌତ ପୁଷ୍କରିଣୀକୁ ଆଳି ଶାଖା ନିରଙ୍କାରୀ ମିଶନ ପକ୍ଷରୁ ସଫେଇ କରାଯାଇଛି । ସଦ୍ଗୁରୁ ମାତା ସୁଦୀକ୍ଷା ସବିନ୍ଦର ହରଦେବଜୀଙ୍କ ନିଦେ୍ର୍ଦଶକ୍ରମେ ପ୍ରୋଜେକ୍ଟ ଅମ୍ରିତ୍ଧାର ଯୋଜନା ମୁତାବକ ତୁଳସୀକ୍ଷେତ୍ରର ଗୋଡ଼ ଧୁଆ ପୁଷ୍କରିଣୀରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଆଳି, ସିଙ୍ଗିରୀ, ଗୌଡବାଡପୁର, ରାଜକନିକା ଓ ସୁବଳା ଅଞ୍ଚଳର ଶତାଧିକ ମିଶନ୍ ଅନୁଗାମୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବଳଦେବଜୀଉ ଏଣ୍ଡାଉମେଣ୍ଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରି ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱଚ୍ଛ ପରିବେଶ ଓ ପ୍ରଦୂଷଣମୁକ୍ତ ସମାଜ ଗଠନ ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ଉମେଶ ଚନ୍ଦ୍ର ମହାରଣା, ଶଶିକାନ୍ତ ମହାପାତ୍ର, ପ୍ରଫୁଲ୍ଲ ବାରିକ, ସେବାଦଳ ଶିକ୍ଷକ ସରୋଜ ଦାସ, କୈଳାସ ସାହୁ, ସସ୍ମିତା ସାମନ୍ତରାୟ, ବେଣୁଧର ମଲ୍ଲିକ ଓ  ଆଳି ଶାଖା ମୁଖ୍ୟ ସୁରେନ୍ଦ୍ର ଗିରି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।