ଶ୍ରାବଣୀ ଉପକର୍ମ ସଂସ୍କାର ଉତ୍ସବ 

 ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲୋକନାଥପୁର ସ୍ଥିତ ମା’ ବଗଳାମୁଖୀ ମନ୍ଦିର ପରିସରରେରେ ଥିବା ବଗଳାମୁଖୀ ଗୁରୁକୁଳ ବେଦ ବିଦ୍ୟାଳୟରେ ଅନୁଷ୍ଠାନ ପକ୍ଷରୁ ବେଦାରମ୍ଭ ସ୍ୱରୂପ ଉପକର୍ମ ଉତ୍ସବ ସଭାପତି ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ମଙ୍ଗଳା ରୋପଣ ଅଧିବାସ କାର୍ଯ୍ୟ ସହିତ ଉପକର୍ମ ପୂଜାରମ୍ଭ ହୋଇ ବେଦୋକ୍ତ ବିଧି ପ୍ରକାର ବିଦ୍ୟାର୍ଥୀ ମାନଙ୍କ ସଂସ୍କାର ପ୍ରକ୍ରିୟା ସହ ହୋମାଦି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଗୁରୁକୁଳ ବିଦ୍ୟାଳୟର ପ୍ରାଚାର୍ଯ୍ୟ ହରମୋହନ ପଣ୍ଡା ଓ ପଣ୍ଡିତ ଜ୍ୟୋତି ରଞ୍ଜନଜି ମିଶ୍ର ବିଧି ବ୍ୟବସ୍ଥା ପରିଚାଳନା କରିଥିଲେ । ଉପକର୍ମ ମହୋସôବ ସାଧାରଣ ସଭାରେ ବ୍ରହ୍ମପୁର ସ୍ଥିତ ରାମାଧନ ସଂସ୍କୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହରିହର ଦାସ ମୁଖ୍ୟବକ୍ତା ଭାବେ ଏବଂ ଚିକିଟୀ ଓ ପାତ୍ରପୁର ଅଞ୍ଚଳର ପୁଜ୍ୟ ମଠାଧିସ ବୃନ୍ଦ ଯଥା ମହନ୍ତ ସୀତାରାମ ଦାସ, ମହନ୍ତ ପ୍ରେମାନନ୍ଦ ଦାସ, ମହନ୍ତ ରାମ କିଶୋର ଦାସ, ମହନ୍ତ ରାମପ୍ରସାଦ ଦାସ୍, ମହନ୍ତ ନବୀନ ଚନ୍ଦ୍ର ଦାସ, ପଣ୍ଡିତ ପ୍ରତାପ ଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚାସୀନ ହୋଇ ଉପକର୍ମ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରାବଣ ପୂର୍ଣ୍ଣିମାର ବହୁବିଧ ପରମ୍ପରାକୁ ଉପସ୍ଥାପନ କରି ମା’ଙ୍କ ପୀଠରେ ବୈଦିକ ଗୁରୁକୁଳ ଉନ୍ନତି କାମନା କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ସମିତି ସଦସ୍ୟ ବୃନ୍ଦ ସହ ଅଭିଭାବକ ମାନେ ଯୋଗ ଦେଇ ଗୁରୁକୁଳର ଉନ୍ନତି କାମନା କରିଥିଲେ । ଶିକ୍ଷକ ରବିନ୍ଦ୍ର ନାଥ ପାଢ଼ୀ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବାବେଳେ ତିରୁପତି ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।