ମୁଗ ମଣ୍ଡି ଉଦ୍ଘାଟିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ଠାରେ ମାର୍କଫେଡ଼ ପକ୍ଷରୁ ଡାଲି ଏବଂ ତୈଳବୀଜ ଫସଲ ଉତ୍ପାଦର ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କୃଷି ଜିଲ୍ଲା ମୁଖ୍ୟ ଅଧିକାରୀ ଅଜୟ କୁମାର କର ଯୋଗ ଦେଇ ଆନୁଷ୍ଠାନିକ ଭାବେ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଚାଷ କରୁଥିବା ଚାଷୀଙ୍କ ଠାରୁ ଉପଯୁକ୍ତ ମାନ ବହନ କରୁଥିବା ଶସ୍ୟର କ୍ୱିଣ୍ଟାଲ ପ୍ରତି ମୁଗ ୮୬୮୨ଟଙ୍କା, ବିରି ୭୪୦୦ ଟଙ୍କା, ଚୀନା ବାଦାମ ୬୭୮୩ ଟଙ୍କା, ସୂର୍ଯ୍ୟମୁଖୀ ୭୨୮୦ ଟଙ୍କା, ସୋରିଷ ୫୯୮୦ ଟଙ୍କା ଏବଂ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ମୁଗ,ବିରି ମାର୍କଫେଡ଼ ପକ୍ଷରୁ ଛତ୍ରପୁର କୃଷକ ଉତ୍ପାଦକ ସଂଗଠନ ଜରିଆରେ କ୍ରୟ କରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟା ସରକାରଙ୍କ ତରଫରୁ ନିଆଯାଇଥିବା ବେଳେ ୨୦୦ରୁ ଊଦ୍ଧ୍ୱର୍ ଚାଷୀ ମୁଗ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ କୁଳମଣି ବାରିକ, ଆତ୍ମା ଉପପ୍ରକଳ୍ପ ନଦେ୍ର୍ଦଶକ ବାସୁଦେବ ଶତପଥି, ହିଞ୍ଜିଳିକାଟୁ ଭାରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ ବିଘ୍ନରାଜ ସେଠି, ସହକାରୀ କୃଷି ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, କୃଷି ଅଧିଦର୍ଶକ ମୁନିବାଇ ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ଧରିତ୍ରୀ ପାଢ଼ୀ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ମନୋରଞ୍ଜନ ରେଡ୍ଡୀ, ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀ, ଛତ୍ରପୁର କୃଷକ ଉତ୍ପାଦ ସଂଗଠନ ନିଦେ୍ର୍ଦଶକ ରବୀନ୍ଦ୍ର ନାହାକ, ମାର୍କଫେଡ଼ କର୍ମଚାରୀ ସୀମାଞ୍ଚଳ ପଣ୍ଡାଙ୍କ ସମତେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।