ଶ୍ରୀଜଗନ୍ନାଥଙ୍କର ବେଶ ପ୍ରଦର୍ଶନୀ ମହୋତ୍ସବ 

 ଢେଙ୍କାନାଳ: ପୂର୍ବ ବର୍ଷ ପରି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା ଗଁଦିଆର ଶ୍ରୀରାମଚନ୍ଦ୍ରପୁର ଠାରେ ଗଁଦିଆ ଚାରଣ ଶାଖା ଆନୁକୂଲ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଞ୍ଚରାତ୍ର ଓ ବେଶ ପ୍ରଦର୍ଶନୀ ମହୋତ୍ସବର ଆରମ୍ଭ ହୋଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସାମ୍ମାନିତ ଅତିଥି ଭାବରେ ପୋରହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ସାହୁ, ସାନ୍ଦାପସୀ ପାଟଣା ଗିରିଧାରୀ ଆଶ୍ରମର ପୂଜ୍ୟ ସାନ ବାବା ଯୋଗଦାନ କରିଥିଲେ । ଏହାପରେ ଓଡିଶାର ସୁନାମଧନ୍ୟ ପ୍ରବଚକ ପଣ୍ଡିତ ଜିତୁ ଦାଶ ଯୋଗଦାନ କରି ନିଜର ସୁମଧୁର ଓ ସୁଲଳିତ କଣ୍ଠରେ ଜଗନ୍ନାଥଙ୍କର ଅମୃତ କଥାବାଣୀକୁ ଉପସ୍ଥାପନ କରିଥିଲେ । ଯାହାକୁ ଶ୍ରବଣ କରିବା ପାଇଁ ଆଖପାଖ ଗ୍ରାମର ସହ ସହ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ଗଁଦିଆ ଚାରଣ ଶାଖାର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ ।