୧୯୯୧ ବ୍ୟାଚର ବନ୍ଧୁମିଳନ
ସାଲେପୁର: ସାଲେପୁର ହାଇସ୍କୁଲ ୧୯୯୧ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଅଙ୍ଗଦାନ ଜୀବନ ଦାନ, ନିଶାନିବାରଣ ଆଦି ସଂପର୍କରେ ସଚେତନତା ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରିବା ସହ ନିଆରା ଢ଼ଙ୍ଗରେ ନିଜର ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସାଲେପୁର ହାଇସ୍କୁଲ ପରିସରରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ପ୍ରତିବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିରର ଆୟୋଜନ ଉପରେ ଗୁରୁତ୍ୱ ଦେଇଥିଳେ । ଏପରିକି ପୁରାତନ ଛାତ୍ରଛାତ୍ରୀମାନେ ଅଙ୍ଗଦାନ ଓ ରକ୍ତଦାନ ଜୀବନଦାନ ଓ ନିଶାନିବାରଣ ଆଦି ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନ୍ ଦେଇ ସାଲେପୁର ବଜାର ପରିକ୍ରମା କରିଥିଲେ । ଶେଷରେ ବିଦ୍ୟାଳୟ ପରିସରକୁ ସଫେଇ କରିବା ସହ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ ମଧ୍ୟରେ ପୁରୁଣା ସ୍ମୃତିକୁ ମନେପକାଇ ଭାବର ଆଦାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶହେରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।