ଶ୍ରୀନିବାସପୁର ସ୍କୁଲର ବାର୍ଷିକୋତ୍ସବ 

ବାଣପୁର: ପଣ୍ଡିତ ଗୋଦାବରୀଶଙ୍କ ଜନ୍ମପୀଠ ଶ୍ରୀନିବାସପୁର ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ଶିକ୍ଷାଧିକାରୀ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ ମୁଖ୍ୟଅତିଥି, ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ ମୁଖ୍ୟବକ୍ତା ଓ ପ୍ରସନ ମିଶ୍ର ବିଦୁ୍ୟତ୍ ଲତା ତ୍ରିପାଠୀ କାଉନସିଲର,  ଅଭିମନୁ୍ୟ ପ୍ରଧାନ ବିଦେଶୀ ପାତ୍ର ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ଅରୁଣ ବାରିକ ବିବରଣୀ ପାଠ କରିଥିଲେ । ଅତିଥି ପିଲା ମାନେ ଭଲ ପାଠ ପଢି ଯେଉଁ ମାଟିରେ ପଣ୍ଡିତ ଗୋଦାବରୀଶଙ୍କ ପରି ମହା ମନୀଷ ଜନ୍ମ ଗ୍ରହଣ କରିଥିଲେ ସେ ମାଟିର ଗୌରବ ରକ୍ଷା କରିବା ସହ ପିତା ମାତାଙ୍କ ଭକ୍ତି କରିବା ପାଇଁ ଉପଦେଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ପୁରଷ୍କାର ପ୍ରଦାନ କରିଥିଲୋ କାଉନସିଲର ଅଭିମନୁ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।