ସମବାୟ ସମିତିର ଚାଷୀ ସମାବେଶ
କେନ୍ଦ୍ରାପଡ଼ା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକ ବିକାଶ ସମବାୟ ସମିତି ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶ ଗୋପ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୃଷକ ସମବାୟ ସମିତିର ସଭାପତି ସମବାୟବିତ୍ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜଳବାୟୁ କଂଗ୍ରେସ ର ପ୍ରତିଷ୍ଠାତା ସଭାପତି ଡ଼ଃ ସଂଜୟ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ଉଦ୍ଭିଦ ରୋଗ ନିଦାନ ବିଶେଷଜ୍ଞ ପ୍ରଫେସର ଡ଼ଃ ଆଦିତ୍ୟ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଯୁଗ୍ମ ନିଦେ୍ର୍ଦଶକ କୃଷି ବିଭାଗର ଗୁରୁ ପ୍ରସାଦ ତ୍ରିପାଠୀ, ଗୋସେବିକା ଅଧ୍ୟାପିକା ଡ଼ଃ ନିରୁପମା ରାଉତ, ଏରିଆ ମ୍ୟାନେଜର ଇଫକୋ(ଯାଜପୁର) ଅରୁଣ କୁମାର ବେହେରା, ସମ୍ମାନିତ ବକ୍ତାଭାବେ ଭାଗିରଥୀ ବିଶ୍ୱାଳ, ଜିଲ୍ଲା ମୁଖ୍ୟ ଚିକିସôାଳୟର ବିଶେଷଜ୍ଞ ଡାକ୍ତର ସୈାମ୍ୟ ରନ ଦାଶ ପ୍ରମୁଖ ଯୋଗ ଦେଇ କୃଷକ ବିକାଶ ଓ କୃଷିର ଉନ୍ନତି ପଇଁ ପରାମର୍ଶ ପ୍ରଦାନ କରିଥିଲେ । ଚାଷ ଏକ ସମୟ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ଠିକ୍ ସମୟରେ ଜଳ ସେଚନ ଓ ଉର୍ବରତା ଯୋଗାଣ କରାନଗଲେ ଏହାର ପ୍ରଭାବ ଅମଳ ଉପରେ ପଡିଥାଏ ଏହା ସହତ ଆମ ରାଜ୍ୟରେ ଖଣି ଭିତିକ ଶିଳ୍ପକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ କୃଷି ଭିତିକ ଶିଳ୍ପ ସ୍ଥାପନ ପାଇଁ ସରକାର ମାନେ ଗୁରୁତ୍ୱ ଦେଉ ନଥିବାରୁ କୃଷି ଓ କୃଷକର ଉନ୍ନତି ହୋଇପାରୁ ନାହିଁ । ଜଳ ସେଚନ ଓ ଜଳ ନିଷ୍କାସନ କୃଷି ପାଇଁ ପ୍ରଧାନ ସମସ୍ୟା ଭାବେ ଦେଖା ଦେଇଥିବା ବେଳେ ସରକାରଙ୍କ ଅବହେଳା କୃଷି ଓ କୃଷକର ଉନ୍ନତି ବିଧାନ କରିପାରୁ ନାହିଁ ବୋଲି କ୍ଷୋଭ ପ୍ରକାଶ କରାଯଇ ଥିଲା । ଉନ୍ନତି ଏବଂ ଆଧୁନିକରଣ ଚାଷ ପାଇଁ କୃଷକ ବିକାଶ ସମବାୟ ସମିତି ସର୍ବଦା ଚାଷୀ ମାନଙ୍କୁ ସହଯୋଗ କରୁଥିବା ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ । କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ବହୁ ଚାଷୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ଅବସର ରେ ୩ଟି ଜିଲ୍ଲାର ୨୩ ଜଣ ବିଭିନ୍ନ ପ୍ରକାର ଚାଷୀ, କୃଷି ସମବାୟ ସମିତିର ସଂପାଦକଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । କାର୍ଯ୍ୟକ୍ରମରେ ଉପ ସଭାପତି ପାର୍ବତୀ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମିତିର ସଂପାଦକ ଅରବିନ୍ଦ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।