ଶ୍ରୀମଦ୍ ଭଗବତ ସପ୍ତାହ ଉଦ୍ୟାପିତ

 ନାଉଗାଁ : ନାଉଗାଁ ବ୍ଲକ ସ୍ଥିତ ଏରଡ଼ା ଗ୍ରାମରେ ଏବର୍ଷର ୧୪ତମ ଶ୍ରୀମଦ ଭାଗବତ ସପ୍ତାହ ଉଦ୍ୟାପନୀ ଉତ୍ସବ ପାଳିତ ହୋଇଛି ।  ଗତ ସପ୍ତାହ ଧରି ପ୍ରତିଦିନ ଶ୍ରୀମଦ୍?ଭାଗବତ କଥାମୃତ ବାଣୀ ସହିତ ପ୍ରବଚନ, ଭଜନ, କୀର୍ତ୍ତନ ଓ ଆରତି ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଅନ୍ତର୍ଜାତୀୟ ଜଗନ୍ନାଥ ଧର୍ମ ସଂସ୍କୃତି ପ୍ରଚାରକ, ଗୁରୁ ବୈକୁଣ୍ଠନାଥଙ୍କ ଶିଷ୍ୟ ବାବା ସତ୍ୟାନନ୍ଦ ଦାସ ନିତ୍ୟ ଶ୍ରୀମଦ୍ ଭାଗବତ କଥାମୃତ ବାଣୀ ପ୍ରଦାନ କରିଥିଲେ । ତାଙ୍କ ଆଧ୍ୟାତ୍ମିକ ବାଣୀ ଓ ଗଭୀର ବାଖ୍ୟାରେ ଶ୍ରୋତାମାନେ ଧର୍ମ, ଭକ୍ତି, ଆଦର୍ଶ ଓ ଆଦର୍ଶଜୀବନ ବାବଦରେ ପ୍ରେରଣା ପାଇଥିଲେ ।ଗ୍ରାମବାସୀ, ଭକ୍ତମାନେ ଓ ପାଖ ଅଞ୍ଚଳର ଲୋକମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଭାଗବତ ଶ୍ରବଣ କରିଥିଲେ । ଉଦ୍ୟାପନୀରେ ସ୍ଥାନୀୟ ଯୁବ ସମାଜ, ମହିଳା ସମିତି, ଭକ୍ତଗଣ ଓ ପ୍ରାୟୋଜକମାନଙ୍କର ସହଯୋଗରେ ଉତ୍ସବକୁ ପାଳନ କରାଯାଇଛି ।